www.samajalive.in
Monday, December 15, 2025
16.1 C
Bhubaneswar

ରେଳପଥ ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

ବୌଦ୍ଧ : ବୌଦ୍ଧ ଜିଲା ସଦରଥାନା ଅନ୍ତର୍ଗତ ନକୁଆନାଳି ଗ୍ରାମ ନିକଟସ୍ଥ କେନାଲ ରାସ୍ତାକୁ ରେଳପଥ ନିର୍ମାଣ ପାଇଁ ବନ୍ଦ କରାଯିବାକୁ ଗ୍ରାମବାସୀମାନେ ଆଜି ବିରୋଧ କରିଛନ୍ତି । ରେଳପଥ ନିର୍ମାଣ ସ୍ଥାନକୁ ଯାଇ ଉତ୍ୟକ୍ତ ଗ୍ରାମବାସୀମାନେ ନିର୍ମାଣ କାମକୁ ବନ୍ଦ କରିଛନ୍ତି । ଏହାସହ ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣକାମ କରାଇ ଦେବେନାହିଁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

ବୌଦ୍ଧ ଜିଲାରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ଜୋର ସୋରରେ ଚାଲିଥିବା ବେଳେ ବେସରକାରୀ ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ପାଇଁ ଅତିଷ୍ଠ ହୋଇପଡିଛନ୍ତି କିିଛି ଗ୍ରାମର ଗ୍ରାମବାସୀ। ନକୁଆନାଳି ଗ୍ରାମ ନିକଟସ୍ଥ କେନାଲ ହୁଡାରେ ରହିଥିବା ରାସ୍ତାକୁ ଗ୍ରାମବାସୀମାନେ ସବୁବେଳେ ଯିବାଆସିବା ପାଇଁ ବ୍ୟବହାର କରିଥାଆନ୍ତି । ଏପରିକି ଆଖପାଖ ୫-୬ ଖଣ୍ଡ ଗ୍ରାମର ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାଆନ୍ତି । କିନ୍ତୁ ବର୍ତ୍ତମାନ ଉକ୍ତ କେନାଲ ଦେଇ ରେଳପଥ ନିର୍ମାଣ ହେଉଥିବାରୁ କେନାଲରାସ୍ତାକୁ ବନ୍ଦ କରିଦିଆଯାଇଛି। ଏହି ବାଟ ବନ୍ଦ ହୋଇଯାଇଥିବାରୁ ଗ୍ରାମବାସୀମାନେ ନାନା ହଇରାଣ ହେଉଛନ୍ତି।

- Advertisement -

ଏହି ରାସ୍ତା ଚାଲୁ କରାନଗଲେ ୨-୩ କିଲୋମିଟର ଦୂର ରାସ୍ତା ଦେଇ ସେମାନଙ୍କୁ ଯିବାକୁ ପଡିବ। କେନାଲ ରାସ୍ତା ଉପରେ ସବୁଦିନିଆ ଯିବା ଆସିବା ପାଇଁ ରେଳ କର୍ତୃପକ୍ଷ ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି। ଗ୍ରାମର ୱାର୍ଡମେମ୍ବର ସଞ୍ଜୟ ନାୟକଙ୍କ ନେତୃତ୍ୱରେ ବଳଭଦ୍ର ଭବସାଗର, ଯଦୁମଣି ସ୍ୱାଇଁ ଓ ଗ୍ରାମବାସୀ ମାନେ ତୁରନ୍ତ ଏହାର ସମାଧାନ କରାଯିବାକୁ ଦାବୀ କରିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories