www.samajalive.in
Sunday, December 14, 2025
14.1 C
Bhubaneswar

ଅପହରଣ ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ 

ତିଗିରିଆ :  ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତକୁ ତିଗିରିଆ ଥାନା ପୁଲିସ ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇଜଣ ହେଲେ ଏହି ଥାନା ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ସପନା ରଣା ଓ ଦିବ୍ୟ ରଞ୍ଜନ ରଣା। ସୁଚନାଯୋଗ୍ୟ ଗତମାସ ୧୦ ତାରିଖ ଦିନ ବିନ୍ଧାଣିମା ଗ୍ରାମରେ ଏକ ଭଡ଼ାଘରେ ନିଜ ପରିବାର ସହ ରହୁଥିବା ଏହି ନାବାଳିକାକୁ ମୁଖ୍ୟ ଅଭିଯୁକ୍ତ ବିନ୍ଧାଣିମା ଗ୍ରାମର ରଶ୍ମିରଞ୍ଜନ ଚିନରା ନିଜର ସହଯୋଗୀମାନଙ୍କ ଦ୍ଵାରା ଅପହରଣ କରିନେଇଥିବା ନାବାଳିକାର ମାଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କରି ପୁଲିସ ଘଟଣାର ତଦନ୍ତ ଚଳାଇ ନାବାଳିକାକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଡାଉ ଜାରି ରଖିଥିଲା। କିନ୍ତୁ ଘଟଣାକ୍ରମରେ ମୁଖ୍ୟ ଅଭିଯୁକ୍ତ ଗତ ୧୫ ତାରିଖ ଦିନ ନାବାଳିକାକୁ ତିଗିରିଆ ଥାନା ପାଖରେ ଛାଡିଦେଇ କୋର୍ଟରେ ଆତ୍ମସମର୍ପଣ କରି ଜାମିନରେ ଚାଲିଯାଇଥିଲା। ପରେ ନାବାଳିକା ଜଣକ ନିଜ ମାଆଙ୍କ ସହିତ ଥାନାରେ ପହଞ୍ଚି ଥିଲେ। ଥାନାରେ ନାବାଳିକାଙ୍କ ବୟାନ ରେକର୍ଡ କରି  ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା। ଥାନା ପୁଲିସ ରବିବାର ଚଢଉ କରି ଏହି ଘଟଣାର ସହଯୋଗୀ ତଥା ଷଡ଼ଯନ୍ତ୍ରକାରୀ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ସେମାନଙ୍କ ଗ୍ରାମରୁ ଗିରଫ୍ କରିବା ସହିତ ସୋମବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଚିତ୍ରା ଜେନା ସୂଚନା ଦେଇଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

Related Articles

Popular Categories