www.samajalive.in
Sunday, December 14, 2025
14.1 C
Bhubaneswar

କଲମପୁର ଅଞ୍ଚଳର କାଳବୈଶାଖୀ ପ୍ରଭାବିତ ଗାଁ ପରିଦର୍ଶନ କଲେ ବିଜେପି ପ୍ରତିନିଧି ମଣ୍ଡଳୀ

କଲମପୁର:ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କାଳବୈଶାଖୀ ଦ୍ୱାରା ପ୍ରଭାବିତ ବିଭିନ୍ନ ଗାଁ ପରିଦର୍ଶନ କରିଛନ୍ତି। କଲମପୁର ବ୍ଲକର କାଳବୈଶାଖୀ ଦ୍ୱାରା ପ୍ରଭାବିତ ହେଇଥିବା ବରଗାଁ, ଶାଗବାରୀ, କଲମପୁର ଲିମପଡା, ପୋଟେସ ଆଦି ଗାଁ ପରିଦର୍ଶନ କରିବା ସହ ପ୍ରଭାବିତ ଲୋକଙ୍କ ସହ ସେମାନେ ସମ୍ମୁଖିନ ହେଇଥିବା ବିପର୍ଯ୍ୟୟ ସମ୍ବନ୍ଧରେ ପଚାରି ବୁଝିଥିଲେ। ବିଶେଷ ଭାବେ ଶାଗବାରୀ ଗାଁର ମାଧବ ହରିଜନ, ପଦ୍ମନାଭ ସାହୁ, ପୋଟେସର ବଳଭଦ୍ର ସୁନାନୀ ପ୍ରମୁଖଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହେଇଥିବା ଦେଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ପୀଡିତ ପରିବାର ଲୋକଙ୍କୁ ସହଯୋଗ କରିବା ପାଇଁ ତହସିଲଦାର ଏବଂ ବିଡିଓଙ୍କୁ ଅନୁରୋଧ କରିଥିଲେ।

କାଳବୈଶାଖୀର ପ୍ରଭାବ ଯୋଗୁଁ ଅଞ୍ଚଳର ବିଦ୍ୟୁତ ସେବା ବ୍ୟାପକ ଭାବେ କ୍ଷତିଗ୍ରସ୍ଥ ହେଇଛି। ବର୍ତମାନ ୭୨ ଘଣ୍ଟା ବିତି ସାରିଥିଲେ ମଧ୍ୟ ଅନେକ ଗାଁ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଅଧିକ ମାନବ ସମ୍ବଳ ସହଯୋଗ ନେଇ ପୁନଃ ବିଦ୍ୟତ୍ ସଂଯୋଗ ଯୋଗାଇବା ପାଇଁ ଶ୍ରୀ ମେହେର ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ମେହେରଙ୍କ ଏହି ଗସ୍ଥ ସମୟରେ ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ଖିରୋଦ ଚନ୍ଦ୍ର ନାଏକ, ସୌରଭ ବେହେରା ପ୍ରମୁଖ ଉପସ୍ତିତ ରହିଥିଲେ। ଏହାପରେ ଶ୍ରୀ ମେହେର ତୋତ୍ରାଗୁଡା ଠାରେ କାଲବୈଶାଖୀ ଯୋଗୁଁ ଗଛ ପଡି ମୃତ୍ୟୁ ବରଣ କରିଥିବା ପଦ୍ମନ ପଟେଲଙ୍କ ପରିବାରକୁ ସାକ୍ଷାତ କରି ସାନ୍ତ୍ବନା ଦେଇଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

Related Articles

Popular Categories