www.samajalive.in
Monday, December 15, 2025
27.1 C
Bhubaneswar

୧୯୯୬ର ପୁନରାବୃତ୍ତିକୁ ଗୁରୁତ୍ବ ;ଦେବେ ଗୌଡାଙ୍କୁ ଭେଟିଲେ ଚନ୍ଦ୍ରବାବୁ

ବେଙ୍ଗାଲୁରୁ : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡିକୁ ଏକଜୁଟ କରିବା ପ୍ରୟାସ କ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ଭେଟିଛନ୍ତି। ଗୌଡା କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱ ଏନଡିଏ ସରକାରକୁ ବିତାଡିତ କରିବା ଏହି ସାକ୍ଷାତ ଆଲୋଚନାର ମୂଳ ପ୍ରସଙ୍ଗ। ଏନଡିଏ ସରକାରକୁ ବିତାଡିତ କରିବା ଲାଗି ଆବଶ୍ୟକ ରଣନୀତି ପ୍ରସ୍ତୁତ କରାଯାଇଛି। ଆଗାମୀ ଲୋକସଭା ନିର୍ବାଚନରେ ୧୯୯୬ ଘଟଣାର ପୁନରାବୃତ୍ତି ଘଟାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ଦେଖାଯାଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖି ଗୌଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏନଡିଏ ସରକାର ଦେଶରେ ଅନେକଗୁଡିଏ ସମସ୍ୟା ସୃଷ୍ଟି କରିଛନ୍ତି। ବିଶେଷକରି ସାମ୍ବିଧାନିକ ପ୍ରତିଷ୍ଠାନ ଗୁଡିକରେ ଅସ୍ଥିରତା ସୃଷ୍ଟି କରିଛନ୍ତି। ତେଣୁ କଂଗ୍ରେସ ସମେତ ସମସ୍ତ ଧର୍ମନିରପେକ୍ଷ ଦଳଗୁଡିକ ଏକାଠି ହୋଇ ଏନଡିଏ ସରକାରକୁ ହଟାଇବା ଦରକାର। ବିଜେପି ବିରୋଧୀ ଦଳଗୁଡିକୁ ଏକଜୁଟ୍‍ କରିବା ପାଇଁ ଚନ୍ଦ୍ରବାବୁ ଏହା ପୂର୍ବରୁ ଆପ୍‍ ଆବାହକ ଅରବିନ୍ଦ କେଜରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରମୁଖଙ୍କୁ ସାକ୍ଷାତ କରିଥିଲେ। ୧୯୯୬ ଲୋକସଭା ନିର୍ବାଚନରେ ଟିଡିପି, ଜନତା ଦଳ, ସମାଜବାଦୀ ପାର୍ଟି ମିଶି ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ କରିଥିଲେ। ଏହି ମେଣ୍ଟ ଦ୍ୱାରା ପିଭି ନରସିଂହ ରାଓଙ୍କ ନେତୃତ୍ୱ କଂଗ୍ରେସ ସରକାରକୁ ପତନ ଘଟାଇଥିଲା। ପରେ କଂଗ୍ରେସର ବାହ୍ୟ ସମର୍ଥନରେ ଦେବେଗୌଡା ପ୍ରଧାନମନ୍ତ୍ରୀ ହୋଇଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories