www.samajalive.in
Sunday, December 14, 2025
17.1 C
Bhubaneswar

ନବନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସଵ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟଣପୁର ଗ୍ରାମପଞ୍ଚାୟତ ସରକାରୀ କୃଷି ଫାର୍ମ ନିକଟରେ ଥିବା ଶ୍ରୀ ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ନବନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ନବନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ସମାରୋହ ହଜାର ହଜାର ଭକ୍ତଙ୍କ  ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ପ୍ରତିଷ୍ଠା ପାଇଁ ପ୍ରଥମେ କଳସ ଯାତ୍ରା କରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପୁଣ୍ୟତୋୟା ସ୍ଥାନୀୟ ସୀତାପୁର ନାଳ ଠାରୁ  ସୁବାସିତ ଜଳ ଧରି  ମହିଳା ଓ ପୁରୁଷ ମାନେ କଳସ ଯାତ୍ରା ଆରମ୍ଭ କରିଥିଲେ।
ଶ୍ରୀ ରାମଲିଙ୍ଗେଶ୍ୱର ମନ୍ଦିର ପରିଚାଳନା କମିଟି ଦ୍ଵାରା ପ୍ରତିଷ୍ଠା ଉତ୍ସବ ଲାଗି ୨୬ତାରିଖ ଅଙ୍କୁରାରୋପଣ,କଳସ ଯାତ୍ରା, ୨୭ ତାରିଖ ଶାଖାସଂସ୍କାର, ସୂର୍ଯ୍ୟ ପୂଜା, ମଣ୍ଡଳାଦି ଦେବତା ପୂଜା, କୁଣ୍ଡ ସଂସ୍କାର, ଅଗ୍ନି ସ୍ଥାପନ ଓ ହୋମ ଯଜ୍ଞ କରାଯାଇଥିବା ବେଳେ ୨୮ ତାରିଖ ରତ୍ନମୁଦ ସ୍ଥାପନ, କାରୁଶାଳା କର୍ମ, ମହା ସ୍ନାନ, ପ୍ରାଣ ପ୍ରତିଷ୍ଠା କରାଯାଇଛି । ସୋମବାର ୨୯ ତାରିଖ ମନ୍ଦିର ଅଧିବାସ, ପିଣ୍ଡିକା ସଂସ୍କାର, ବିଗ୍ରହ ସ୍ଥାପନ, ହୋମ, ପୂର୍ଣ୍ଣାହୁତି ହେବ । ୩୦ ତାରିଖ ସାମୁହିକ ରୁଦ୍ରା ଅଭିଷେକ, ସହିତ ୧୦୮ଦମ୍ପତିଙ୍କ ହୋମଯଜ୍ଞ, କୁମକୁମ ପୂଜା। ୩୧ ତାରିଖ ସାମୁହିକ ଶ୍ରୀ ସତ୍ୟନାରାୟଣ ସ୍ବାମୀଙ୍କ ୧୦୮ ଦମ୍ପତ୍ତିଙ୍କ ବ୍ରତ ସହିତ ହୋମ ଯଜ୍ଞ। ଜୁନ ୧ ତାରିଖ ଶ୍ରୀ ରାମଲିଙ୍ଗେଶ୍ୱର ସ୍ବାମୀଙ୍କ ଚଳନ୍ତି ବିଗ୍ରହ ମୂର୍ତ୍ତି ପ୍ରତିଷ୍ଠା, ଘଣ୍ଟ ସ୍ତମ୍ଭ ପ୍ରତିଷ୍ଠା ଓ ଶିବ ପାର୍ବତୀ ଶାନ୍ତି କଲ୍ୟାଣ ଉତ୍ସବ ପାଳନ କରାଯିବ ୭ ଦିନ ଧରି କାର୍ଯ୍ୟକ୍ରମ କରାଯାଉ ଥିବା ବେଳେ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କମିଟି ତରଫରୁ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟିର ସଭାପତି ଲକ୍ଷ୍ମୀ ନାରାୟଣ ପୂଜାରୀ, ସମ୍ପାଦକ ଏ. ହରିଶଙ୍କର ରାଓ  କୋଷାଧ୍ୟକ୍ଷ ଲଚମ ପତି କାଡ୍ରାକା, ଉପ ସଭାପତି ନାରୀ ତିଆକା ମନ୍ଦିର ପରିଚାଳନା କମିଟିର ଅକ୍ଷୟ କୁମାର ପିଡ଼ିସିକା, ନରେନ୍ଦ୍ର କୌଶଲ୍ୟା, ଜେ. ବାଙ୍ଗାରି, ରାଧାକୃଷ୍ଣ ପଣ୍ଡା, ପ୍ରଦୀପ ପଣ୍ଡା, ଏନ. ମୁକେଶ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ହେଉଥିବା କହିଛନ୍ତି । ମୁଖ୍ୟ ପୁରୋହିତ ଅନନ୍ତ ରଥ  ପୂଜା ପାଠ କରୁଥିବା ବେଳେ ମାଣିକ ସ୍ଵାମୀ କାଡ୍ରାକା କର୍ତ୍ତା ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏହି ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ମୋଟ ୧୨ଟି ସଂକୀର୍ତ୍ତନ ଦଳ ଆସି ନାମ ଯଜ୍ଞ କରୁଥିବା ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories