www.samajalive.in
Sunday, December 14, 2025
16.1 C
Bhubaneswar

୫୭ ଗ୍ରାମ ସିଡିଏରେ ମିଶ୍ରଣକୁ ବିରୋଧ

ଆଠଗଡ଼: ଆଠଗଡ଼ ବ୍ଲକର ୫୭ଟି ଗ୍ରାମ ବିନା ଜନଶୁଣାଣି ବା ବିନା ସହମତିରେ ସିଡିଏରେ ମିଶ୍ରଣ ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଛି। ଏହାକୁ ବିରୋଧ କରିବା ପାଇଁ ସବୁ ବର୍ଗର ଲୋକ ଏକାଠି ହୋଇଥିବାବେଳେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଶୁକ୍ରବାର ଆଠଗଡ଼ର ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ନେତା ଅଭୟ କୁମାର ବାରିକଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏକ ବୈଠକରେ ଦଳମତ ନିର୍ବିଶେଷରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନର କର୍ମକର୍ତ୍ତା ଯୋଗଦେଇ ସିଡିଏ ଅଧିନକୁ ୫୭ ଗ୍ରାମ ଯିବା ନେଇ ସରକାରଙ୍କର ବିରୋଧ କରାଯାଇଥିଲା। ଏହି ବୈଠକରେ ସିଡିଏ ଅଧିନକୁ ଯାଉଥିବା ବିଭିନ୍ନ ପଞ୍ଚାୟତର ୫୭ଟି ଗ୍ରାମର ବହୁ ଅଧିବାସୀଙ୍କ ସମେତ କଂଗ୍ରେସ, ବିଜେପି ଓ ଶାସକ ଦଳର ବହୁ ସମର୍ଥକ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଠଗଡ଼ ଓକିଲ ସଂଘ, ବୁଦ୍ଧିଜୀବୀ ସଂଘ, ଆଠଗଡ଼ ଯୁବକ ସଂଘ, କୃଷକ ସଂଘ, ସାମ୍ବାଦିକ ସଂଘର କର୍ମକର୍ତ୍ତା ଏଥିରେ ଯୋଗଦେଇ ୫୭ ଗ୍ରାମ ମିଶ୍ରଣକୁ ବିରୋଧ କରିଥିଲେ। ୫୭ଟି ଗ୍ରାମର ପ୍ରତିନିଧି ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା।

ଏହାର ଉପଦେଷ୍ଟା ଭାବେ ଆଇନଜୀବୀ ପ୍ରାଣକୃଷ ଦାଶ ଓ ଫଣିଭୂଷଣ ରଥ ଏବଂ ଆବାହକ ଭାବେ ଅଭୟ କୁମାର ବାରିକ ମନୋନୀତ ହୋଇଥିବାବେଳେ ସଦସ୍ୟ ଭାବେ ଓକିଲ ସଂଘର ସଭାପତି ଜଗଦାନନ୍ଦ ତ୍ରିପାଠୀ, ଯୁବକ ସଂଘର ସଭାପତି ଶିବନାରାୟଣ ପଟ୍ଟନାୟକ, ସାମ୍ବାଦିକ ସଂଘର ସଂପାଦକ ବିଭୂତି ଭୂଷଣ ଖଟୁଆ, ସାମ୍ବାଦିକ ନୀଳକଣ୍ଠ ଦୋରା, ଜ୍ଞାନରଞ୍ଜନ ସାହାଣୀ, ସନ୍ତୋଷ କୁମାର ବାରିକ, ବିଜୟ କୁମାର ନାୟକ, ଲଲାଟେନ୍ଦୁ ସେନାପତି, ଯୁବକଂଗ୍ରେସ ନେତା ମନୋରଞ୍ଜନ ପଟ୍ଟନାୟକ, ବିକ୍ରମ ରାୟସାମନ୍ତ, ଶଙ୍କର୍ଷଣ ମହାନ୍ତି, ପ୍ରକାଶ ସେଠୀ, ଗିରିଶ ଚନ୍ଦ୍ର ସାମଲ, କଣ୍ଡୁରୀ ମହାନ୍ତି, ନୂତନ ରାଉତଙ୍କ ସମେତ ବହୁ ସଂଗଠକଙ୍କୁ ମନୋନୀତ କରାଯାଇଥିଲା। ଏହି କମିଟି ମାଧ୍ୟମରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ଏହି ଦାବି ପୂରଣ ନହେଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories