www.samajalive.in
Sunday, December 14, 2025
19.1 C
Bhubaneswar

ଗଞେଇ ସହ ୨ ବାଇକ୍‌‌ ଜବତ, ୪ ଗିରଫ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ-ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାର ଅଯୋଧ୍ୟା ନିକଟରୁ ହରଭଙ୍ଗା ପୁଲିସ ଚଢଉ କରି ୨ଟି ବାଇକରୁ ୧୨କେ.ଜି ଓଜନର ଗଞେଇ ଜବତ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ୨ଜଣ ମହିଳା ଚାନ୍ଦିନୀ ନାଏକ (୪୫) ଓ ତିଳୋତମା ନାଏକ (୩୨) ଏବଂ ୨ଜଣ ପୁରୁଷ ଶ୍ରୀକାନ୍ତ ନାଏକ (୨୬) ଏବଂ ସମୀନା ବେହେରା (୧୯)ଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ପୁଲିସ୍‌‌ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାରୁ ଚାରିଛକ–କୁଶଙ୍ଗ ରାସ୍ତା ଦେଇ ଗଣିଆ ଅଂଚଳକୁ ଗଞେଇ ଚୋରା ଚାଲାଣ ହେଉଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବର ମୁତାବକ ପୁଲିସ ପୂର୍ତରାସ୍ତାର ଅଯୋଧ୍ୟା ନିକଟରେ ଛକିରହି ଗଞେଇ ଚାଲାଣରେ ବ୍ୟବହୃତ ୨ଟି ଗାଡିକୁ ଅଟକାଇ ଯାଂଚ କରିଥିଲା। ଦୁଇ ଗାଡିରୁ ୧୨କେ.ଜି ଓଜନର ଗଞେଇ ବ୍ୟାଗ ମିଳଥିଲା। ଏହି ଘଟଣାରେ ପୁଲିସ କୁଶଙ୍ଗ ଗେରେଡି ସାହିର ସମୀନା ବେହେରାଙ୍କୁ ଗିରଫ କରିଥିବା ବେଳେ ଗଣିଆ ଥାନା ଅର୍ନ୍ତଗତ ଲୁଇସିଂର ଚାନ୍ଦିନୀ ନାଏକ, ତିଳୋତମା ନାଏକ ଏବଂ ବାଙ୍କଝୁଲିର ଶ୍ରୀକାନ୍ତ ନାଏକଙ୍କୁ ଗିରଫ କରିଛି। ଏ ନେଇ ହରଭଙ୍ଗା ଥାନାରେ ଏକ ଏନ.ଡି.ପି.ଏସ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ହରଭଙ୍ଗା ଥାନାଧିକାରୀ ପୁଷ୍ପଲତା ରାଉତରାୟ ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories