www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଆଠଗଡ଼: ବିଜେପିର ସମସରପୁର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳି ପ୍ରଭାରୀ ଜ୍ଞାନେନ୍ଦ୍ର ସ୍ୱାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରର ୯ବର୍ଷ ପୂର୍ତ୍ତି ଉପଲକ୍ଷେ ୧ମାସ ଧରି ଜନସଂପର୍କ ଅଭିଯାନ ପ୍ରତି ମଣ୍ଡଳସ୍ତରରେ ଆୟୋଜନ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ବିଜେପି ଦଳର ନିଷ୍ପତ୍ତି ଅନୁଯାୟୀ ଏହି ୧ମାସ ବ୍ୟାପୀ ଅଭିଯାନ ସମୟରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଏହି ୯ବର୍ଷ ମଧ୍ୟରେ ହୋଇଥିବା ଆଖିଦୃଷ୍ଟିଆ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଅବଗତ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ବିଜେପି ନେତା ପ୍ରକାଶ କରିଥିଲେ। ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ଗରିବ, ଶୋଷିତ ଓ ବଞ୍ଚିତଙ୍କ କଲ୍ୟାଣ ପାଇଁ ସମର୍ପିତ ବୋଲି ସେମାନେ କହିବା ସହ କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ବିଶ୍ୱର ଅନେକ ବିକଶିତ ଓ ବିକାଶଶୀଳ ଦେଶ ଅର୍ଥନୈତିକ ଦୁର୍ଗତିର ସମ୍ମୁଖୀନ ହେଉଥିବାବେଳେ ଭାରତର ଦୃଢ ନେତୃତ୍ୱ ଓ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଦେଶ ଆର୍ôଥକ କ୍ଷେତ୍ରରେ ବେଶ୍‌‌ ସୁଦୃଢ ରହିଛି ବୋଲି ଶ୍ରୀ ରାୟ ମତବ୍ୟକ୍ତ କରିଥିଲେ। ୯ବର୍ଷ ମଧ୍ୟରେ ସରକାରଙ୍କର ସଫଳତା ଓ ଉପଲବ୍ଧି ସଂପର୍କରେ ଲୋକଙ୍କୁ ସଚେତନ କରିବା ସହିତ ଆଗାମୀ ଦିନରେ ବୁଥସ୍ତରରେ ଦଳକୁ କିପରି ମଜବୁତ୍‌‌ କରାଯିବ ତାର ରଣନୀତି ପ୍ରସ୍ତୁତ କରାଯାଇଥିଲା। ମଣ୍ଡଳ ସଭାପତି ତପନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ୟାପଟେନ୍‌‌ ପ୍ରଫୁଲ୍ଲ ପରିଡ଼ା, ଶଶଧର ମିଶ୍ର, ମିଥୁନ ମଲ୍ଲିକ, ବଳରାମ ରାଉତଙ୍କ ସମେତ ପଞ୍ଚାୟତ ପ୍ରମୁଖ, ସହପ୍ରମୁଖ ଓ ବୁଥ୍‌‌ ସଭାପତିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

Related Articles

Popular Categories