www.samajalive.in
Monday, December 8, 2025
24.1 C
Bhubaneswar

ଗ୍ରାମୀଣ ଡାକଘରେ କର୍ମଚାରୀଙ୍କ ପାଇଁ ମୌଳିକ ସୁବିଧା ନାହିଁ

ତିଗିରିଆ: ବିଭିନ୍ନ ଗାଁ ଗହଳିରେ ରହିଥିବା ସରକାରୀ ଡାକଘର ଗୁଡିକରେ କୌଣସି ମୌଳିକ ସୁବିଧା ଉପଲବ୍ଧ ନଥିବା ଦେଖିବାକୁ ମିଳୁଛି। ପ୍ରତି ଡାକଘର ପାଇଁ ଜଣେ ପୋଷ୍ଟ ମାଷ୍ଟର ଓ ଜଣେ ସହାୟକ ଏହିପରି ଦୁଇଜଣ କର୍ମଚାରୀ ରହୁଥିବା ବେଳେ ସେମାନଙ୍କ ପାଇଁ ସାମାନ୍ୟ୍ ପାନୀୟ ଜଳ ବ୍ୟବସ୍ଥା କିମ୍ବା ପାଇଖାନା ଓ ପରିସ୍ରାଗାର ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି। ଏବେ ବିଭିନ୍ନ ଡାକଘର ଗୁଡ଼ିକ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ରହୁଥିଲେ ମଧ୍ୟ ଡାକ କର୍ମଚାରୀଙ୍କ ପାଇଁ ଏହି ମୌଳିକ ସୁବିଧାଗୁଡ଼ିକ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇ ନାହିଁ। ଏବେ ସଂଖ୍ୟାଧିକ ଭାବେ ମହିଳା କର୍ମଚାରୀ ଡାକଘରେ ନିୟୋଜିତ ରହିଥିବା ବେଳେ ସେମାନେ ବେଶୀ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। କେନ୍ଦ୍ର ସରକାରଙ୍କ ଅଧିନରେ ରହୁଥିବା ଏହି ଡାକ ବିଭାଗର ତଳସ୍ତରରେ ଏଭଳି ସମସ୍ୟା ଲାଗି ରହିଛି। କେବଳ ତିଗିରିଆ ବ୍ଲକ ନୁହେଁ ବିଭିନ୍ନ ଅଞ୍ଚଳରେ ଗ୍ରାମୀଣ ଡାକ କର୍ମଚାରୀମାନେ ବର୍ଷ ବର୍ଷ ଧରି ଏହି ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories