www.samajalive.in
Sunday, December 14, 2025
19.1 C
Bhubaneswar

ଦିଲ୍ଲୀ ହାଇକୋର୍ଟଙ୍କୁ ରିଜର୍ଭ ବ୍ୟାଙ୍କର ଉତ୍ତର – ୨ ହଜାର ଟଙ୍କା ଅପସାରଣ ପ୍ରକ୍ରିୟା ଏକ ନୀତିଗତ ନିଷ୍ପତ୍ତି

ଡେସ୍କ: ରିଜର୍ଭ ବ୍ୟାଙ୍କ ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛି ଯେ ୨୦୦୦ ଟଙ୍କା ନୋଟ ଅପସାରଣ ପ୍ରକ୍ରିୟା ମୁଦ୍ରା ପରିଚାଳନା କ୍ଷେତ୍ରରେ ଏକ ନୀତିଗତ ନିଷ୍ପତ୍ତି। ଦିଲ୍ଲୀ ହାଇକୋର୍ଟରେ ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ରିଜର୍ଭ ବ୍ୟାଙ୍କ ଏହା କହିଛି। ଏହି ନୋଟର ଅପସାରଣ ନେଇ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ବିରୋଧରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଛି। ଚଳିତ ମାସ ୨୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଏହି ଅପସାରଣ ପ୍ରକ୍ରିୟା ସମ୍ପର୍କିତ ଆଉ ଏକ ମାମଲା ବିଚାରାଧୀନ ଥିବାରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ଶୁଣାଣି ପରବର୍ତ୍ତୀ ସମୟରେ କରିବା ପାଇଁ ଅନୁରୋଧ କରାଯାଇଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଥିଲେ ଯେ ସମୟ ସମୟରେ ବିଭିନ୍ନ ସିରିଜର ନୋଟ ଅପସାରଣ କରାଯାଇ ନୂଆ ନୋଟ ପ୍ରଚଳନ କରାଯାଇଥାଏ। ବିମୁଦ୍ରିକରଣ ସମୟରେ ନୋଟ ଅଭାବ ପୂରଣ କରିବା ପାଇଁ ୨ ହଜାର ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା, ତେବେ ସେହି ଆବଶ୍ୟକତା ପୂରଣ ହେବା ପରେ ତାହା ବଜାରରୁ ଅପସାରଣ କରାଯାଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories