www.samajalive.in
Sunday, December 14, 2025
14.1 C
Bhubaneswar

ରାମେଶ୍ୱରଦେବଙ୍କ ଶୀତଳଷଷ୍ଠୀ ଓ ବାଣଯାତ୍ରା ସଂପନ୍ନ

ପିପିଲି: ପିପିଲି ନିକଟବର୍ତ୍ତୀ ବାଗେଶ୍ୱରପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀରାମେଶ୍ୱରଦେବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ଓ ବାଣଯାତ୍ରା ସମାରୋହରେ ସଂପନ୍ନ ହୋଇଛି। ଏହି ଯାତ୍ରାର ପ୍ରସିଦ୍ଧ କାଠଚକ୍ର ବାଣକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୫ହଜାରରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିଲା।

ପରଂପରା ଅନୁଯାଇ ପ୍ରଭୁ ଶ୍ରୀରାମେଶ୍ୱର ଦେବଙ୍କ ସହ ଦେବୀ ପାର୍ବତୀଙ୍କର ବିବାହ ଉତ୍ସବ ଗତ ପଞ୍ଚମୀ ତିଥିରେ ମନ୍ଦିର ପରିସରରେ ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ଶୀତଳଷଷ୍ଠୀ ଅବସରରେ ଗୁରୁବାର ସନ୍ଧ୍ୟାରେ ଠାକୁରଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସୁସଜ୍ଜିତ ବିମାନରେ ତିନୋଟି ଗ୍ରାମକୁ ନିଆଯାଇଥିବା ବେଳେ ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁରଙ୍କ ନିକଟରେ ଚାଚେରୀ ଭୋଗ ଅର୍ପଣ କରାଯାଇଥିଲା। ଶୁକ୍ରବାର ଅପରାହ୍ନରେ ଠାକୁରଙ୍କର ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିର ସମ୍ମୁଖ ମେଳଣ ପଡ଼ିଆରେ ବିଜେ କରାଯିବା ପରେ ଠାକୁରଙ୍କ ସମ୍ମୁଖରେ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା। ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଗ୍ରାମ ତଥା ବାଗେଶ୍ୱରପୁର ଓ ଜମ୍ବିଲା ଗ୍ରାମ ମଧ୍ୟରେ ଆତସବାଜୀ ପ୍ରତିଯୋଗିତା ହୋଇଥିଲା। ବିରାଟ ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ କାଠଚକ୍ର ବାଣକୁ ଏକ ଲୁହାଦଣ୍ଡ ଉପରେ ରଖାଯାଇ ତାକୁ ଅଗ୍ନି ସଂଯୋଗ କରାଯିବା ପରେ ତାହା ବିରାଟ ଗର୍ଜନ କରି ଅଗ୍ନି ଓ ଧୁଆଁ ସହ ଘୁରି ବୁଲିବା ଦୃଶ୍ୟକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ସୁରକ୍ଷା ଦୃଷ୍ଟିରୁ କାଠଚକ୍ର ବାଣ ଚତୁଃପାର୍ଶ୍ବରେ ଲୁହାଜାଲି ବ୍ୟାରିକେଡ଼ କରାଯାଇଥିଲା। ଉଭୟ ଗ୍ରାମ ମଧ୍ୟରେ ୩୮ ଟି କାଠଚକ୍ର ବାଣ ସମେତ ଗଡ଼ମ୍ବା, ଚକ୍ରି ଓ ଅନ୍ୟାନ୍ୟ ରଙ୍ଗୀନ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୫ହଜାରରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିବା ବେଳେ ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଥିଲା। ରାମେଶ୍ୱର ମନ୍ଦିର କମିଟି ଓ ଉଭୟ ଗ୍ରାମର ମୁରବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶରତ ଚନ୍ଦ୍ର ମିଶ୍ର, ସୋମନାଥ ଦାଶ, ରାମଚନ୍ଦ୍ର ମିଶ୍ର, ଗଙ୍ଗାଧର ଷଡ଼ଙ୍ଗୀ, ନାରାୟଣ ସାମନ୍ତରାୟ, ନାରାୟଣ ମିଶ୍ର, ଲକ୍ଷ୍ମଣ ମିଶ୍ର, ଲୋକନାଥ ମିଶ୍ର, ଜନାର୍ଦ୍ଧନ ସାମନ୍ତରାୟ, ଦିବାକର ସାମନ୍ତରାୟ, ସୌରୀ ସାମନ୍ତରାୟ, ରାଜକିଶୋର ମହାପାତ୍ର, ପ୍ରହଲ୍ଲାଦ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଗନ୍ଧର୍ବ ମିଶ୍ର, ବାବୁଲି ମିଶ୍ର, ସାମ୍ବାଦିକ ଦିବାକର ଷଡଙ୍ଗୀ, ଶ୍ରୀଧର ଆଚାର୍ଯ୍ୟ, ସନ୍ତୋଷ କୁମାର ମିଶ୍ର, ରବୀନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ମିଶ୍ର, ଉମେଶ ମିଶ୍ର ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories