www.samajalive.in
Monday, December 8, 2025
14.1 C
Bhubaneswar

ଝାରପଡ଼ା-କୁମୁରାମାରୀ କଲଭର୍ଟ ନିର୍ମାଣରେ ବ୍ୟାପକ ଅନିୟମିତତା; ତଦନ୍ତ ଦାବୀ

ଦେବଗଡ଼: ଦେବଗଡ଼ ଜିଲାର ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ତାଳକୁଣ୍ଡି ଗ୍ରାମ ପଂଚାୟତର ଝାରପଡ଼ା-କୁମୁରାମାରୀ କଲଭର୍ଟ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଚଳବାସୀଙ୍କ ସମୁହ ସ୍ୱାର୍ଥ ଏବଂ ଦାବୀକୁ ଦୃଷ୍ଟିରେ ରଖି ସରକାର ଝାରପଡ଼ା-କୁମୁରାମାରୀ ରାସ୍ତାରେ ଏକ କଲଭର୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ନେବା ସହ ଏଥିପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ମାତ୍ର ଏହାର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖାଦେବା ସହ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଏହାର ସ୍ଥାୟୀତ୍ୱ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ନିର୍ମାଣାଧିନ କଲଭର୍ଟ୍‌‌ର ସାଇଡ୍‌‌ ୱାଲ୍‌‌(ପାର୍ଶ୍ବ ପାଚେରୀ) ନିର୍ମାଣରେ ବ୍ୟୟ ଅଟକଳ ଅନୁଯାୟୀ ସିମେଣ୍ଟ ବ୍ୟବହାର କରାନଯାଇ କମ ପରିମାଣର ସିମେଂଟ ବ୍ୟବହାର କରାଯାଇଛି। ସେହିପରି କ୍ରସର ମେଟାଲ ପରିବର୍ତ୍ତେ ଧାର୍ଯ୍ୟ ଆକାରଠାରୁ ଅଧିକ ମୋଟେଇର ହାତ ପିଟା ମେଟାଲ ବ୍ୟବହାର କରାଯାଇଛି। ସେହିପରି କଂକ୍ରିଟ ଢଳେଇ ସମୟରେ ଭାଇବ୍ରେଟର ବ୍ୟବହାର କରାଯାଇନଥିବାରୁ ସାଇଡ୍‌‌ ୱାଲ୍‌‌ର ବିଭିନ୍ନ ସ୍ଥାନରେ ଫାଙ୍କ ସୃଷ୍ଟି ହେବା ସହ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଗୁରୁତ୍ୱପୂର୍ଣ୍ଣ କଥା ଏହା ମେନରେଗା ଯୋଜନାରେ ଯେ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପର୍କିତ ସୂଚନାଫଳକ ସ୍ଥାପନ ହେବାର ବିଧି ବ୍ୟବସ୍ଥା ରହିଛି। ମାତ୍ର ଏହି କଲଭର୍ଟ ନିକଟରେ କୌଣସି ସୂଚନା ଫଳକ ସ୍ତାପନ କରାନଯାଇ ସରକାରୀ ନୀତି ନିୟମର ଖୋଲା ଉଲ୍ଲଙ୍ଘନ କରାଯାଇଛି। କେବଳ ଏତିକି ନୁହେଁ, କଲଭର୍ଟର ଢଳେଇ ପାଇଁ ଲୁହାର ସେଣ୍ଟ୍ରିଂ ପ୍ଲେଟ ବ୍ୟବହାର କରାଯିବା ପରିବର୍ତେ ପୁରୁଣାକାଳିଆ ଢଙ୍ଗରେ ଜଙ୍ଗଲରୁ ଗଛ କାଟି ଏହାର ସେଣ୍ଟ୍ରିଂ କରାଯାଇଛି। ଏଭଳି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ନିର୍ମାଣ ସମ୍ପର୍କରେ ପଂଚାୟତ ନିର୍ବାହୀ ଅଧିକାରୀ ସୁପେଇ ଲାକ୍ରାଙ୍କୁ ପଚାରିବାରୁ ଏହା ପଂଚାୟତ ସମିତିର କାର୍ଯ୍ୟ ହୋଇଥିବାରୁ ଏଥିରେ ତାଙ୍କର କିଛି ଯାଏ ଆସେ ନାହିଁ ବୋଲି ଉତ୍ତର ଦେଇଛନ୍ତି। ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଶ୍ମୀ ରଞ୍ଜନ ବେହେରାଙ୍କ ମତାମତ ଲୋଡିବାରୁ ତାଙ୍କର ଅନୁପସ୍ଥିତିରେ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଏହାର ମାନ ଉପରେ ସେ କିଛି କହି ପାରିବେ ନାହିଁ ବୋଲି ଉତର ଦେବାସହ ଖୁବଶୀଘ୍ର ସୂଚନା ଫଳକ ନିର୍ମାଣ କରାଯିବ ବୋଲି ଉତର ଦେଇଛନ୍ତି। ମତାମତ ପାଇଁ ତିଲେଇବଣି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ ମାହାଲି ଓ ବିଡିଓ ପ୍ରିୟଦର୍ଶିନୀ ମୀର୍ଦ୍ଧାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ। ତେବେ ସେ ଯାହା ହେଉନା କାହିଁକି ଦେବଗଡ଼ ଜିଲାପଳ ନିଜେ ଏ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories