www.samajalive.in
Monday, December 8, 2025
27.1 C
Bhubaneswar

ଖୁବ୍‌‌ ଶୀଘ୍ର ଆସୁଛି ୭୫ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ : ଆସୁଛି ୭୫ ଟଙ୍କିଆ ମୁଦ୍ରା। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଆସନ୍ତା ୨୮ରେ ରବିବାର ନୂତନ ସଂସଦ ଭବନର ଉଦଘାଟନ ଅବସରରେ ୭୫ ଟଙ୍କିଆ ମୁଦ୍ରା ଜାରି କରାଯିବା ନେଇ ଘୋଷଣା କରାଯାଇଛି। ଏହି ମୁଦ୍ରାରେ ନୂତନ ସଂସଦ ଭବନର ଚିତ୍ର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ମେ’ରେ ନୂତନ ସଂସଦ ଭବନ ଉଦଘାଟନ କରିବେ।
ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ୭୫ ଟଙ୍କିଆ ମୁଦ୍ରା ବୃତ୍ତାକାର ହେବ । ଏହି ମୁଦ୍ରା ୫୦ ପ୍ରତିଶତ ଚାନ୍ଦି, ୪୦ ପ୍ରତିଶତ ତମ୍ବା, ୫ ପ୍ରତିଶତ ନିକେଲ ଏବଂ ୫ ପ୍ରତିଶତ ଜିଙ୍କ ମିଶ୍ରଣ ଦ୍ୱାରା ପ୍ରସ୍ତୁତ ହେବ।
ମୁଦ୍ରାରେ ସତ୍ୟମେବ ଜୟତେ ଲେଖାଯିବ ଏବଂ ଅଶୋକ ସ୍ତମ୍ଭ ମଧ୍ୟ ମୁଦ୍ରାରେ ରହିବ। ମୁଦ୍ରାର ବାମ ପାର୍ଶ୍ୱରେ ଦେବନାଗରୀ ଭାଷାରେ ଭାରତ ଏବଂ ଇଂରାଜୀରେ ଇଣ୍ଡିଆ ଲେଖାଯିବ। ସେହିଭଳି ମୁଦ୍ରାର ଉପର ପାର୍ଶ୍ୱରେ ସଂସଦ ଭବନ ଦେବନାଗରୀ ଭାଷାରେ ଲେଖାଯିବ ଏବଂ ଏହାର ଶେଷ ଅଂଶରେ  ସଂସଦ ଭବନର ଫଟୋ ରହିବ। ମୁଦ୍ରାର ଡିଜାଇନ୍ ସମ୍ବିଧାନର ପ୍ରଥମ ସୂଚୀ ଅନୁଯାୟୀ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories