www.samajalive.in
Sunday, December 7, 2025
26.1 C
Bhubaneswar

ନୀଳଗିରି ବହୁ ଚର୍ଚ୍ଚିତ ନରେନ୍ଦ୍ର ସିଂହ ହତ୍ୟା ମାମଲା ; ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ବାଲେଶ୍ଵର : ନୀଳଗିରିର ବହୁ ଚର୍ଚ୍ଚିତ ନରେନ୍ଦ୍ର ସିଂହ ହତ୍ୟା ମାମଲାରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ହତ୍ୟାକାରୀ ଆଶିଷ କୁମାର ଜେନାକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆସାମୀକୁ ଅଧିକ ୪ ମାସ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ୨୪ ଜଣ ସାକ୍ଷୀ ଓ ୪୩ ଦସ୍ତାବିଜକୁ ଆଧାର କରି ଏସସି ଆଣ୍ଡ ଏସଟି ଅଦାଲତର ସ୍ୱତନ୍ତ୍ର ବିଚାରପତି ଲିଲିପ୍ତା ପଶାୟତ ଏହି ରାୟ ଶୁଣାଇଛନ୍ତି।
ସୂଚନାଯୋଗ୍ୟ ,ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଶିଷ ନରେନ୍ଦ୍ରଙ୍କୁ ହତ୍ୟା କରିଥିବା ନରେନ୍ଦ୍ରଙ୍କ ଭାଇ ଚକ୍ରଧର ନିଲିଗିରି ଥାନାରେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଅଭିଯୋଗ କରିଥିଲେ। ୨୪୮/୧୭ରେ ମାମଲା ରୁଜୁ କରି ପୁଲିସ ଆଶିଷକୁ ଗିରଫ କରିଥିଲା। ସେବେ ଠାରୁ ଏହି ମାମଲା ଏସସି ଆଣ୍ଡ ଏସଟି ଅଦାଲତରେ ବିଚାରାଧୀନ ଥିଲା। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଲଳିତ କର ମୋକଦମା ପରିଚାଳନା କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories