www.samajalive.in
Tuesday, December 9, 2025
16.1 C
Bhubaneswar

ବିମୁଦ୍ରାୟନ ପ୍ରଭାବ: ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ବେକାରୀ

ଚେନ୍ନାଇ: ଦେଶରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ବେକାରୀ ହାର ୬.୯%ରେ ପହଞ୍ଚିଛି। ଗତ ଦୁଇ ବର୍ଷ ମଧ୍ୟରେ ଏହା ସର୍ବାଧିକ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‍ ଇକନୋମି ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିିଛି।
ରିପୋର୍ଟର ତଥ୍ୟାନୁଯାୟୀ, ବିମୁଦ୍ରାକରଣ ପରେ ଶ୍ରମ ନିଯୁକ୍ତି କ୍ଷେତ୍ରରେ ଯେଉଁ ସଂକୋଚନ ଦେଖାଦେଇଥିଲା ତାହା ଜାରି ରହିଛି। ଶ୍ରମିକ ନିୟୋଜନ ହାର ୪୭% ରୁ ୪୮% ପର୍ଯ୍ୟନ୍ତ ହ୍ରାସ ପାଇଛି। ୨୦୧୮ ଅକ୍ଟୋବର ମାସରେ ୩୯୭ ନିୟୁତ ଶ୍ରମିକଙ୍କୁ ନିୟୋଜନ କରାଯାଇଛି। ପୂର୍ବବର୍ଷ ତୁଳନାରେ ଏହି ହାର ୨.୪% କମ୍‍। ୨୦୧୭ ଅକ୍ଟୋବରରେ ୪୦୭ ନିୟୁତ ଶ୍ରମିକ ନିଯୁକ୍ତି ପାଇଥିଲେ। ସେହିପରି ଚାକରି ଅପେକ୍ଷାରେ ଥିବା ଲୋକଙ୍କ ସଂଖ୍ୟା ୨୦୧୮ ଅକ୍ଟୋବରରେ ୨୯.୫ ନିୟୁତରେ ପହଞ୍ଚିଛି। ୨୦୧୭ ଅକ୍ଟୋବରରେ ଏହି ସଂଖ୍ୟା ଥିଲା ୨୧.୬ ନିୟୁତ।
ସାଧାରଣତଃ ଅକ୍ଟୋବରରୁ ଡିସେମ୍ବର ମାସରେ ନିଯୁକ୍ତି ବଜାରର ଚାହିଦା ବୃଦ୍ଧି ପାଏ। ବାର୍ଷିକ ୧୨ ନିୟୁତ ଲୋକ ନିଯୁକ୍ତ ହୁଅନ୍ତି। କିନ୍ତୁ ଚାହିଦା ନଥିବାରୁ ଚଳିତ ବର୍ଷ ନିଯୁକ୍ତ ହାର ହ୍ରାସ ପାଇଛି। ସାଧାରଣତଃ ଶକ୍ତି ଓ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବା ବେଳେ ଚଳିତ ବର୍ଷ ଏନ୍‍ବିଏଫ୍‍ସିର ଋଣ ପରିମାଣ ହ୍ରାସ ପାଇଥିବାରୁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିନାହିଁ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories