www.samajalive.in
Monday, December 15, 2025
27.1 C
Bhubaneswar

କ୍ଷୀରରେ ମିଶାଇ ପିଅନ୍ତୁ ଏହି ମସଲା.. ମିଳିବ ଏସବୁ ଲାଭ

ଆୟୁର୍ବେଦ ଅନୁଯାୟୀ, ପ୍ରତ୍ୟେକ ଘରର ରୋଷେଇ ଘର ବିଭିନ୍ନ ଔଷଧର ଭଣ୍ଡାର। ବିଭିନ୍ନ ମସଲା ଶରୀରରୁ ଅନେକ ରୋଗ ଦୂର କରିଥାଏ। ଏହାର ନିୟମିତ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ସେଭଳି କେତେକ ମସଲା ମଧ୍ୟରୁ ଗୋଟିଏ ହେଉଛି ଗୋଲମରିଚ। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଅନେକ ଔଷଧୀୟ ଗୁଣରେ ଭରପୁର ଗୋଲମରିଚ। ଆକାରରେ ଛୋଟ ହେଲେ ମଧ୍ୟ ଏହାର ଗୁଣ ଅନେକ। ଏଥିରେ ଆଣ୍ଟିମାଇକ୍ରୋବିୟଲ, ଆଣ୍ଟିଇନଫ୍ଲେମେଟରୀ, ଆଣ୍ଟିବ୍ୟାକ୍ଟେରିୟଲ ଭଳି ଅନେକ ଗୁଣ ରହିଛି। ଏହା ରୋଗ ସହ ଲଢିବାରେ ମଧ୍ୟ ବେଶ ସହାୟକ ହୋଇଥାଏ। ଜାଣନ୍ତୁ..
କ୍ଷୀରରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦୟ ଜନିତ ଅନେକ ରୋଗ ଦୂର ହୋଇଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ।
କ୍ଷୀର ଓ ଗୋଲମରିଚ ଉଭୟ ଔଷଧୀୟ ଗୁଣରେ ଭରପୁର। କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ବି୨, ବି୧୨,ଭିଟାମିନ ଡି, ଜିଙ୍କ, ପୋଟାସିୟମ, ଫସଫରସ ଆଦି ରହିଛି। ଗୋଲମରିଚକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଅନେକ ଜୀବାଣୁ, ଭୂତାଣୁ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ।
ଓଜନ ହ୍ରାସ କରିବାରେ କ୍ଷୀର ଓ ଗୋଲମରିଚ ବେଶ ଫଳପ୍ରଦ। ଗୋଲମରିଚର ସେବନ କରିବା ଦ୍ୱାରା ଶରୀରରେ ଜମାଟ ବାନ୍ଧିଥିବା ଫ୍ୟାଟ୍‌‌ ସହଜରେ କମ୍‌‌ ହୋଇଥାଏ। ମାତ୍ର ଏଥିପାଇଁ ଆପଣ ପତଳା କ୍ଷୀର ସେବନ କରିବେ।
ହାଡ ମଜଭୂତ ରଖିବା ପାଇଁ କ୍ଷୀର ଖୁବ ଉପକାରୀ। ଏଥିରେ ଥିବା କ୍ୟାଲସିୟମ ହାଡକୁ ମଜଭୂତ କରିବାରେ ବେଶ ସହାୟକ ହୋଇଥାଏ। କ୍ଷୀରରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା ହାଡ ଅଧିକ ମଜଭୂତ ହୋଇଥାଏ। ଏହାସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ। କ୍ଷୀର ସହ ଗୋଲମରିଚର ସେବନ କରିବା ଦ୍ୱାରା ଥଣ୍ଡା ସମସ୍ୟା ଦୂର ହୋଇଥାଏ। ପାଗ ପରିବର୍ତ୍ତନ ସମୟରେ ଥଣ୍ଡା ଜ୍ୱର ହେବା ସାଧାରଣ କଥା। ଏହି ସମୟରେ କ୍ଷୀରରେ ଗୋଲମରିଚ ସେବନ କଲେ ଲାଭଦାୟକ ହୋଇଥାଏ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories