କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଲେ ‘ଦି କେରଳ ଷ୍ଟୋରୀ’ ଟିମ୍‌

ନୂଆଦିଲ୍ଲୀ: ‘ଦି କେରଳ ଷ୍ଟୋରୀ’ ଚଳଚ୍ଚିତ୍ର ଏବେ ଚର୍ଚ୍ଚାରେ। ବକ୍ସ ଅଫିସରେ ଏହା ଜୋରଦାର ପ୍ରଦର୍ଶନ କରୁଛି। ଗୁରୁବାର ଏହି ଫିଲ୍ମର ନିର୍ମାତା ବିପୁଲ ଶାହ, ଅଭିନେତ୍ରୀ ଅଦା ଶର୍ମାଙ୍କ ସମେତ ପୁରା ଟିମ୍‌ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସାକ୍ଷାତ କରିଛନ୍ତି। ମୁମ୍ବାଇରେ ହୋଇଥିବା ଏହି ସାକ୍ଷାତ ସମୟର ଫଟୋ ଗଡ଼କରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ ପୋଷ୍ଟ କରାଯାଇଛି।

prayash


ଟ୍ବିଟରରେ ଦୁଇଟି ଫଟୋ ପୋଷ୍ଟ କରାଯାଇଛି। ପ୍ରଥମ ଫଟୋରେ ‘ଦି କେରଳ ଷ୍ଟୋରୀ’ର ପୁରା ଟିମ୍‌ ନିତିନ ଗଡ଼କରୀଙ୍କ ସହ ଗ୍ରୁପ୍‌ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଅପରପକ୍ଷେ, ଦ୍ବିତୀୟ ଫଟୋରେ ମନ୍ତ୍ରୀ ସମସ୍ତଙ୍କ ସହ ଗଭୀର ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଫଟୋ ସହ କ୍ୟାପ୍ସନରେ ଲେଖାହୋଇଛି, ‘‘ଫିଲ୍ମ ‘ଦି କେରଳ ଷ୍ଟୋରୀ’ର ପୁରା ଟିମ୍‌ ସହ ସାକ୍ଷାତ।’’

ଫଟୋରେ ବିପୁଲ ଶାହ ଓ ଅଦା ଶର୍ମାଙ୍କ ବ୍ୟତୀତ ଆଶିନ ଶାହ, ଯୋଗିତା ବିହାନୀ ଓ ସୋନିଆ ବଲାନୀ ପ୍ରମୁଖ ମଧ୍ୟ ନଜର ଆସିଛନ୍ତି।  ଏଠାରେ ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ର ମେ’ ୫ ତାରିଖରେ ମୁକ୍ତିଲାଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହା ୨୧୦.୧୭ କୋଟି ଟଙ୍କା ଆୟ କରି ସାରିଲାଣି।

kalyan agarbati

Comments are closed.