ଏଣିକି ଗାଁରେ ବି ଗଡ଼ିବ ମୋ ବସ୍; ପ୍ରଥମେ ୬ ଜିଲାରେ ହେବ କାର୍ଯ୍ୟକାରୀ
ଭୁବନେଶ୍ବର: ଏଣିକି ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ଗଡ଼ିବ ମୋ ବସ୍। ‘ଲକ୍ଷ୍ମୀ’ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ପରିବହନ ସୁବିଧା ଯୋଗାଇ ଦିଆଯିବ। ଏନେଇ ବୁଧବାର ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ। ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ୍।
ମିଳିଥିବା ସୂଚନା ମୁତାବକ, ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ମୋ ବସ୍। ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ୍ ଚାଲିବ।
Comments are closed.