www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ସରିଲା ନିର୍ବନ୍ଧ, ବିବାହ ଆଜି

ପିପିଲି:ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ତଥା ବିବାହ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆଜି ଠାକୁରଙ୍କ ନିର୍ବନ୍ଧ ଉତ୍ସବ ସମାରୋହରେ ସଂପନ୍ନ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା।

ଶ୍ରୀବାଲୁଙ୍କେଶ୍ୱର ଦେବ ପୂଜା କମିଟିର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବରପିତା ଜୟକୃଷ୍ଣ ପ୍ରଧାନ ଓ କନ୍ୟାପିତା ହରିହର ପଣ୍ଡାଙ୍କୁ ପାରମ୍ପରିକ ନିମନ୍ତ୍ରଣ କରିବା ପାଇଁ ଉଭୟଙ୍କ ବାସଭବନକୁ ଯାଇଥିଲେ। ଘଣ୍ଟ ଘଣ୍ଟା, କାହାଳି, ମୃଦଙ୍ଗ ଓ ଢୋଳବାଦ୍ୟରେ ଅଞ୍ଚଳ ପ୍ରକମ୍ପିତ ହୋଇଥିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପରେ ମନ୍ଦିରରୁ ଶୋଭାଯାତ୍ରାରେ ଉଭୟ କନ୍ୟାପକ୍ଷ ଓ ବରପକ୍ଷ ଖଣ୍ଡିଆଗିରୀ ସ୍ଥିତ ପ୍ରଭୁ ଶ୍ରୀ ହୁଙ୍କେଶ୍ୱରଦେବଙ୍କ ମନ୍ଦିରକୁ ଯାଇଥିଲେ।

- Advertisement -

ସେଠାରେ ଖଣ୍ଡିଆଗିରୀ ଗ୍ରାମବାସୀ, ହୁଙ୍କେଶ୍ୱର ଦେବ ଯୁବ ପରିଷଦ ଓ ପିପିଲି ମହୋତ୍ସବ କମିଟିର କର୍ମକର୍ତ୍ତା ମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସେଠାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ବିଧି ମୁତାବକ ସଂପନ୍ନ ହୋଇଥିଲା। ହରିବୋଲ, ହୁଳହୁଳି ଧ୍ୱନିରେ ମନ୍ଦିର ପରିବେଶ ମୁଖରିତ ହୋଇ ଉଠିଥିଲା। ସମସ୍ତ କାର୍ଯ୍ୟକୁ କମିଟିର ମୁଖ୍ୟ ଉପଦେଷ୍ଠା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସଭାପତି ପ୍ରଭାକର ପଣ୍ଡା, ଉପସଭାପତି ଆଡ୍‍ଭୋକେଟ୍‍ ସୁଧିର କୁମାର ମହାନ୍ତି, ସଂପାଦକ ସମୀର କୁମାର ଦାଶ, ଆଡ୍‍ଭୋକେଟ୍‍ ବିଭୂପ୍ରସାଦ ବୈରୀଗଞ୍ଜନ, ଅକ୍ଷୟ କୁମାର ଦିକ୍ଷିତ, ସୁଶାନ୍ତ କୁମାର ସାହୁ, ମନୋଜ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

ବୁଧବାର ସଂନ୍ଧ୍ୟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ପ୍ରାତଃ ସାଢେ ୬ଟାରେ ମଙ୍ଗଳ ଆଳତି, ଅବକାଶ ଓ କୋଠଭୋଗ, ୭ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଶାହାଣମେଲା, ୧୦ଟାରେ ଠାକୁର ଠାକୁରାଣୀଙ୍କ ମହାସ୍ନାନ, ସାଢେ ୧୦ଟାରେ ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସାଢେ ୧୧ଟାରେ ଦିଅଁମଙ୍ଗୁଳା, ସାଢେ ୧୨ରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ। ଦିନ ୧୨ଟାରେ ପ୍ରଭୁ ଶ୍ରୀ ହୁଙ୍କେଶ୍ୱରଦେବଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଖଣ୍ଡିଆଗିରୀ ଗ୍ରାମବାସୀମାନେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କୁ ପାରମ୍ପରିକ ନିମନ୍ତ୍ରଣ କରିବାକୁ ଯିବେ।

ଅପରାହ୍ନ ୫ଟାରେ ଶ୍ରୀବାଲୁଙ୍କେଶ୍ୱର ଦେବ ଖଣ୍ଡିଆଗିରୀର ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ପୀଠକୁ ଗମନ କରିବେ। ସେଠାରେ ସମସ୍ତ ରିତୀନିତୀ ଅନୁଯାଇ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବ ଓ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ମଧ୍ୟରେ ଭେଟଭାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ସଂନ୍ଧ୍ୟା ୬ଟା ସମୟରେ ଶ୍ରୀବାଲୁଙ୍କେଶ୍ୱର ଦେବ ବରଯାତ୍ରୀଦଳ ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ବାଟବରଣ, ବିବାହ ଓ ପାଣିଗ୍ରହଣ ଅନୁଷ୍ଠିତ ହେବ। ଏହି ଅବସରରେ ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories