ଉତ୍ତର ଓଡିଶାର କୁର୍ମୀ କ୍ଷତ୍ରିୟଙ୍କର ରହିଛି ସ୍ୱତନ୍ତ୍ର ପରିଚୟ- ୨୭ ପ୍ରତିଶତ ସଂରକ୍ଷଣ ଦାବି କଲେ ଶିବାଜୀ ସାଂସ୍କୃତିକ ସଂଘ

ପୁରୀ – ଉତ୍ତର ଓଡ଼ିଶାରେ ଥିବା ପ୍ରାୟ ୩୦ ଲକ୍ଷ କୁଡମୀ କୁର୍ମୀ ସଂପ୍ରଦାୟର କୁର୍ମୀ କ୍ଷତ୍ରିୟ ଭାବେ ଏକ ସ୍ୱତନ୍ତ୍ର ପରିଚୟ ଥିବା ଶିବାଜୀ ସାସଂସ୍କୃତି ପକ୍ଷରୁ ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସଂଘର ଆବାହକ ଡାକ୍ତର ମୁକୁନ୍ଦଚନ୍ଦ୍ର ମହାନ୍ତ,ସଭାପତି ପ୍ରଭାସଚନ୍ଦ୍ର ମହାନ୍ତ, ସାଧାରଣ ସମ୍ପାଦକ ରାମଚନ୍ଦ୍ର ମହାନ୍ତ, ଉପସଭାପତି ତାରାଚାନ୍ଦ ମହାନ୍ତ, ପଦ୍ମଲୋଚନ ମହାନ୍ତ, ବେଣୁଧର ମହାନ୍ତ, କୋଷାଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ମହାନ୍ତ, ସଂଯୋଜକ ଡ. ଚୌଧାରୀ ମହାନ୍ତ, ଯୁବସଂଗଠକ ଇଂ ଯୋଗେଶ୍ଵର ପ୍ରଭାକର ମହାନ୍ତ ଓ ଦୀପକ କୁମାର ମହାନ୍ତ ପ୍ରମୁଖ ଏହି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଝାଡଖଣ୍ଡର କୁଡମୀଙ୍କ ଆନ୍ଦୋଳନରେ ଉତ୍ତର ଓଡିଶାର କିଛି ବ୍ୟକ୍ତି ଏବଂ ସଙ୍ଗଠନ ସାମିଲ ହେବାକୁ ଏମାନେ ନାପସନ୍ଦ କରିବା ସହ ଓଡ଼ିଶାର କୁର୍ମୀ କ୍ଷତ୍ରିୟଙ୍କର ସ୍ୱତନ୍ତ୍ର ପରିଚୟ ସଂସ୍କୃତି ତଥା ପରମ୍ପରା ଥିବା କଥା ଉଲ୍ଲେଖ କରିଥିଲେ । ଏହା ସହ ଏବେ ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ସେମାନଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଦାବି କରିଥିଲେ । ଓଡିଶାରେ କୁଡମୀଙ୍କ ସର୍ବାଙ୍ଗୀନ ଉନ୍ନତିପାଇଁ କୁଡମୀ ବିକାଶ ପରିଷଦ ଗଠନ କରାଯିବ ବୋଲି ସଂଙ୍ଘର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

Comments are closed.