www.samajalive.in
Friday, December 12, 2025
14.1 C
Bhubaneswar

ଭୂତଳ ରାସ୍ତାରେ ବୁଡ଼ିଗଲା କାର୍‌ ; ଯନ୍ତ୍ରୀ ମୃତ

ବେଙ୍ଗାଲୁରୁ : ସ୍ଥାନୀୟ କେଆର ସର୍କଲସ୍ଥିତ ଏକ ଭୂତଳ ରାସ୍ତା (ଅଣ୍ଡରପାସ୍‌)ରେ ଏକ କାର୍‌ ବୁଡିଯିବାରୁ ସେଥିରେ ଥିବା ଜଣେ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଯନ୍ତ୍ରୀ ହେଉଛନ୍ତି ଭାନୁରେଖା। ସେ ଇନଫୋସିସ୍‌ରେ କାର୍ଯ୍ୟ କରୁଥିଲେ। ଭାନୁରେଖା ନିଜେ କାର୍‌ ଚଳାଇ ଯାଉଥିବାବେଳେ ଅଣ୍ଡରପାସ୍‌ରେ ଜମା ହୋଇଥିବା ପାଣିରେ ଏହା ବୁଡି ଯାଇଥିଲା। ଫଳରେ ସେ କାରରୁ ବାହାରି ନପାରି ପ୍ରାଣ ହରାଇଥିଲେ। ମୃତ ଭାନୁରେଖାଙ୍କ ଘର ଆନ୍ଧ୍ରପ୍ରଦେଶର ବିଜୟୱାଡା। ସେ ପରିବାର ସହିତ ବେଙ୍ଗାଲୁରୁ ଆସିଥିଲେ। ଏକ କାର୍‌ ଭଡା କରି ସେମାନେ ସହରରେ ବୁଲାବୁଲି କରୁଥିବାବେଳେ ଏପରି ଅଘଟଣ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଡାକ୍ତରଖାନା ଯାଇ ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ପୀଡିତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ରବିବାର ବେଙ୍ଗାଲୁରରେ ପ୍ରବଳ ବର୍ଷା ହେବା ସହିତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories