ସୋମବାର ରାଶିଫଳ (୨୨.୦୫.୨୦୨୩)

ମେଷ :  କର୍ମ ତତ୍ପରତା ପ୍ରକାଶ ପାଇବ। ବନ୍ଧୁ ଦର୍ଶନ କରିପାରନ୍ତି। ବିଳାସବ୍ୟସନର ସୁଯୋଗ ଅଛି। ବିଭିନ୍ନ ସ୍ତରରୁ ଆଦର ସମ୍ମାନ ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଲାଭବାନ୍‌ ହେବେ।

ବୃଷ : ମନ ପ୍ରସନ୍ନ ରହିବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ସାମୟିକ ଭାବେ ପରାଶ୍ରିତ ହୋଇପାରନ୍ତି। ବାହୁବଳରେ ଅର୍ଜିତ ଧନରେ ଧନୀ ହେବେ। ମହିପତିଙ୍କ ପରାମର୍ଶଦାତା ହେବେ।

ମିଥୁନ :  ପରିବାର ଓ ଆତ୍ମୀୟସ୍ବଜନଙ୍କଠାରୁ ଆଦର, ସମ୍ମାନ ମିଳିବ। ଯଶ ଅର୍ଜନ କରିପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। ସର୍ବାଙ୍ଗୀଣ ଉନ୍ନତି ହେବ। ପ୍ରୀତିଭୋଜନ ସହିତ ଆୟ ସୀମିତ ହେବ।

କର୍କଟ : ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ବିଭିନ୍ନ ସ୍ତରରୁ ବିରୋଧ ସତ୍ତ୍ବେ ସଫଳତା ମିଳିବ। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜିପାରେ।

ସିଂହ : ସତ୍‌କାର୍ଯ୍ୟରେ ଯୋଗଦାନ କରି ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ରହିବେ।

କନ୍ୟା : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ସୁଖସମ୍ଭୋଗ କରିପାରନ୍ତି। ନରେନ୍ଦ୍ର ପୂଜ୍ୟ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

ତୁଳା : ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ବିଖ୍ୟାତ କୀର୍ତ୍ତି ସ୍ଥାପନ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଖଣ୍ଡ କ୍ଷମତା ପାଇ ଜନ କଲ୍ୟାଣରେ ବିନିଯୋଗ କରିବେ।

ବିଛା : ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ ଚଳିବାକୁ ପଡ଼ିବ। ଅର୍ଥ ଆଗମନରେ ମାନ୍ଦାବସ୍ଥା ଉପୁଜିପାରେ। ଯାନବାହନରେ ସତର୍କ ରହିବେ।

ଧନୁ : ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ପ୍ରଭୂତ ସୁଖର ଅଧିକାରୀ ହେବେ। ପତ୍ନୀ ପ୍ରେରଣାଦାୟିନୀ ହେବେ।

ମକର : ବିବାଦୀୟ ଘଟଣାରେ ବିଜୟୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ।

କୁମ୍ଭ : ଶତ୍ରୁଜିତ୍‌ ଯୋଗ୍ୟ ଅଛି। ଉପୁଜିଥିବା ସମସ୍ୟାର ସମାଧାନ କରି ପ୍ରଶଂସାର ପାତ୍ର ହେବେ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ପାରିବାରିକ ସୁଖପ୍ରଦ ହେବ। ନିଧିପ୍ରାପ୍ତିର ସୂଚନା ମିଳୁଛି।

ମୀନ : ପରିଶ୍ରମର ମୂଲ୍ୟ ମିଳିବ। ଚୋର ଭୟ ଅଛି। କାର୍ଯ୍ୟ ବିଳମ୍ବିତ ହୋଇପାରେ। ମନସ୍ତାପ କରିପାରନ୍ତି। କୁଳ ପ୍ରଧାନ ହୋଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇବେ।

Comments are closed.