www.samajalive.in
Saturday, December 13, 2025
27.1 C
Bhubaneswar

ବିଦ୍ୟୁତ୍ ସଂସ୍ପର୍ଷରେ ଆସି ଦାଦନ ଶ୍ରମିକ ମୃତ

ପାତ୍ରପୁର :  ପାତ୍ରପୁର ବ୍ଳକ ବୁରାତାଲ ପଂଚାୟତ ବାତର ସାହି ଗ୍ରାମର ଜଣେ ଆଦିବାସୀ ଯୁବକଙ୍କ ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡି କାରଖାନାରେ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ବାତରା ସାହି ଗ୍ରାମର କାମରାଜୁ ବଡ଼ ରଇତଙ୍କ ପୁଅ ଋଷିଆ ବଡ଼ ରଇତ (୧୮)  ବୋଲି ଜଣା ପଡିଛି । ଋଷିଆଙ୍କ ବାପାଙ୍କର  ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା ଯାହା ଫଳରେ ଦୁଇ ମାସ ତଳେ ସେ ଗ୍ରାମରୁ ଯାଇ ଆନ୍ଧ୍ରର କାକିନାଡ଼ା ଠାରେ ଥିବା ଚିଙ୍ଗୁଡି କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କୌଣସି କାରଣରୁ ସେ ବିଦ୍ୟୁତ୍ ସଂସ୍ପର୍ଷରେ  ଆସି ଗୁରୁତର ହୋଇ ପଡ଼ିଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତଖାନାକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକ ଡାକ୍ତର ଖାନରେପହଞ୍ଚିଛନ୍ତି । ବ୍ୟବଚ୍ଛେଦ ପରେ ସୋମବାର ଗ୍ରାମରେ ଶବ ପହଞ୍ଚିବ। ସେ ଜଣେ ଗରିବ ବ୍ୟକ୍ତି ହୋଇ ଥିବାରୁ ସରକାରୀ ସହାୟତା ଯୋଗାଦେବାକୁ ଦାବୀ ହେଉଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories