www.samajalive.in
Friday, December 12, 2025
17.1 C
Bhubaneswar

କଖଡିରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନୂତନ ଗୃହ ନିର୍ମାଣରେ ଅନିଶ୍ଚିତତା

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡିରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ତଥା ସ୍ୱାସ୍ଥ୍ୟ ଓ ପରିଚର୍ଯ୍ୟା କେନ୍ଦ୍ର କାର୍ଯ୍ୟାଳୟ ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ତଥା ସ୍ୱାସ୍ଥ୍ୟ ପରିଚର୍ଯ୍ୟା କେନ୍ଦ୍ର ନିର୍ମାଣ ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ହେଲେ କଖଡିରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ନୂତନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇନାହିଁ। ନିର୍ମାଣ ହେବ କେମିତି ? ଅପରପକ୍ଷେରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ) ନିଯୁକ୍ତି ପାଇନଥିବାରୁ ପଞ୍ଚାୟତର ଜନସାଧାରଣ ମୌଳିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି। ସରକାରଙ୍କ ମହତ ଆକାଂକ୍ଷା ଏହି ପଞ୍ଚାୟତରେ ଏକ ପ୍ରକାର ବାଟବଣା ହୋଇଯାଇଛି। କେବେେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ହେବ ଓ କେବେ ସିଏଚଓମାନେ ନିଯୁକ୍ତି ପାଇ ସେବା ପ୍ରଦାନ କରିବେ ତାହା ପଞ୍ଚାୟତବାସୀ ଚାହିଁ ବସିଛନ୍ତି। ଅଧିକାଂଶ ସମୟରେ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀମାନେ ଲୋକଦେଖାଣିଆ ଭାବେ ସପ୍ତାହକୁ ଦିନେ ଦୁଇଦିନ ଆସି ଏକ ପ୍ରକାର ହାଜିରା ପକାଉଥିବା ସାଧାରଣରେ ଅଭିଯୋଗ ହେଉଛି।

ଉଲ୍ଲେଖଯୋଗ୍ୟ ପ୍ରତ୍ୟେକ ପଞ୍ଚାୟତରେ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ସୁଦୃଢିକରଣ କରିବା ନିମନ୍ତେ ପ୍ରଥମ କରି ନର୍ସିଂ ଅଫିସରମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ସିଏଚଓ ଭାବରେ ପ୍ରଶିକ୍ଷଣ ଦେବା ସହିତ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମୁଖ୍ୟ ଭାବରେ କାର୍ଯ୍ୟନିର୍ବାହ କରବା ପାଇଁ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ପଞ୍ଚାୟତରେ ସ୍ୱାସ୍ଥ୍ୟ ସଂପର୍କରେ ସହଯୋଗ କରିବା ନିମନ୍ତେ ମହିଳା ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଆଶା ନିଯୁକ୍ତି ପାଇଛନ୍ତି । ଯକ୍ଷ୍ମା, ମ୍ୟାଲେରିଆ, ଉଚ୍ଚ ରକ୍ତଚାପ, ହୃଦରୋଗୀ, କୁଷ୍ଠ ଆଦି ରୋଗୀଙ୍କ ଆଗୁଆ ତାଲିକା ପ୍ରସ୍ତୁତ କରିବା, ଟିକାକରଣ କରିବା କାର୍ଯ୍ୟ ସମାପନ କରାଯିବ । ଏପରିକି ସିଏଚଓମାନେ ପଞ୍ଚାୟତର ରୋଗୀମାନଙ୍କୁ ଚିକିତ୍ସା କରିବା ସଂଗେ ସଂଗେ ଔଷଧ ପ୍ରଦାନ କରିବେ। ଆବଶ୍ୟକ ହେଲେ ପ୍ରାଥମିକ ଚିକିତ୍ସାଳୟକୁ ପ୍ରେରଣ କରିପାରିବାର ନିର୍ଦ୍ଦେଶ ରହିଛି। ଏହାଦ୍ୱାରା ଗ୍ରାମାଞ୍ଚଳର ରୋଗୀମାନେ ଉତ୍ତମ ଚିକିତ୍ସାସେବା ପାଇବା ସହ ଦୂରଦୂରାନ୍ତକୁ ଯିବେ ନାହିଁ । ହେଲେ କଖଡି ପଞ୍ଚାୟତରେ ଏସବୁ ସୁବିଧା ଉପଲବ୍ଧ ନାହିଁ । ଟାଙ୍ଗି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଆସୁଥିବା କଖଡି ସ୍ୱାସ୍ଥ୍ୟ ଉପକେନ୍ଦ୍ରଟି କେବଳ କାଗଜ ପତ୍ରରେ ଚାଲିଛି । ସିଏଚଓ ନିଯୁକ୍ତି  ହୋଇ ନଥିବାରୁ ଲୋକେ ଏହି ସ୍ୱାସ୍ଥ୍ୟସେବା ପାଇପାରୁନାହାନ୍ତି । ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନଥିଲେ ମଧ୍ୟ ପଞ୍ଚାୟର ଏକ ପ୍ରକୋଷ୍ଠରେ ମଧ୍ୟ ଅସ୍ଥାୟୀ ଭାବରେ ସିଏଚଓ ସେବା ଯୋଗାଇଦେବା ବ୍ୟବସ୍ଥା ରହିଛି। କିନ୍ତୁ ନା ସିଏଚଓ ନିଯୁକ୍ତି ପାଉଛନ୍ତି ବା ନୂତନ ସ୍ୱାସ୍ଥ୍ୟଉପକେନ୍ଦ୍ର ଗୃହ ନିର୍ମାଣ ହେଉଛି । ଏହାର ଭରପୁର ସୁଯୋଗ ନେଉଛନ୍ତି ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀମାନେ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଘଟଣା ସଂପର୍କରେ ନୂତନ ସିଏଚଓ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସଠିକ୍ ତଥ୍ୟ ପ୍ରଦାନ କରିପାରିନଥିଲେ।

Hot this week

ଦିବ୍ୟାଙ୍ଗ୍‌ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories