କଲମପୁର : କାଳ ହେଲା ଗଛ ଚଢି ଜାମୁକୋଳି ତୋଳିବା । ଗଛ ଡାଳ ଭାଙ୍ଗି ଯିବା ଯୋଗୁଁ ୧୦ ଫୁଟ ତଳକୁ ଖସି ପଡିଥିଲା ଯୁବକ । ଯାହା ଫଳରେ ଯୁବକଙ୍କ ଗୋଡ ଭାଙ୍ଗି ଯାଇଛି । ରବିବାର ଇଛାପୁର ଠାରେ ଘଟିଛି ଏଭଳି ଏକ ଘଟଣା। ତାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସମ୍ପୃକ୍ତ ଯୁବକଙ୍କ ଗୋଡ ଭାଙ୍ଗି ଯାଇଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।
ସୂଚନା ଅନୁସାରେ ଇଛିପୁର ଗ୍ରାମର ପ୍ରଭାସ ପାତ୍ର ନାମକ ଜନୈକ ଯୁବକ ଜାମୁକୋଳି ତୋଳିବା ପାଇଁ ରବିବାର ଅପରାହ୍ନରେ ଘର ନିକଟରେ ଥିବା ଏକ ଜାମୁକୋଲି ଗଛକୁ ଚଢିଥିଲେ। ସେ ଜାମୁକୋଳି ତୋଳୁଥିବା ବେଳେ ହଠାତ୍ ଗଛ ଡାଳ ଭାଙ୍ଗି ଯାଇଥିଲା। ଯାହା ଫଳରେ ୧୦ ଫୁଟ ତଳକୁ ଖସି ପଡି ଯୁବକଙ୍କ ଗୋଡ ଭାଙ୍ଗି ଯିବାରୁ ଗୁରୁତର ହେଇ ପଡିଥିଲେ। ତୁରନ୍ତ ପରିବାର ଲୋକ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଗୋଡ ଭାଙ୍ଗି ଯାଇ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସଂଧ୍ୟା ସାଢେ ୫ଟା ବେଳେ ଏକ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଗଛରୁ ପଡି ଯୁବକଙ୍କ ଗୋଡ ଭାଙ୍ଗିଲା
Popular Categories



