www.samajalive.in
Wednesday, December 10, 2025
14.1 C
Bhubaneswar

ମା’ କାଳୀଙ୍କ ସମ୍ବନ୍ଧରେ ପୌରାଣିକ କଥା

ହିନ୍ଦୁ ଧାର୍ମିକ ଗ୍ରନ୍ଥ ଅନୁସାରେ କାର୍ତ୍ତିକ ମାସର ଅମାବାସ୍ୟା ଦିନ ମଧ୍ୟରାତ୍ରିରେ ମା’ କାଳୀଙ୍କର ପୂଜା କରାଯାଇଥାଏ। ଏହି ବର୍ଷ ନଭେମ୍ବର ୬ ତାରିଖରେ କାଳୀ ପୂଜା ପାଳନ କରାଯିବ। ମାନ୍ୟତା ଅନୁଯାୟୀ, ଯେଉଁ ବ୍ୟକ୍ତି ମା’ କାଳୀଙ୍କର ପୂଜା ବିଧି ପୂର୍ବକ କରିଥାନ୍ତି ତାଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।

ପୌରାଣିକ କଥା :

- Advertisement -

ପୌରାଣିକ କଥା ଅନୁଯାୟୀ, ମା’ ସତୀ ନିଜ ପିତାଙ୍କ ଦ୍ବାରା ଆୟୋଜିତ ଯଜ୍ଞରେ ଅପମାନିତ ହେବା ପରେ ଯଜ୍ଞକୁଣ୍ଡରେ ନିଜକୁ ଭସ୍ମ କରିଥିଲେ। ଏହି ସମୟରେ ପ୍ରଭୁ ଶିବ ତାଣ୍ଡବ କରି ତିନିଲୋକରେ ସଙ୍କଟ ସୃଷ୍ଟି କରିଥିଲେ। ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ବାରା ମା’ ସତୀଙ୍କର ଶରୀରକୁ କେତୋଟି ଭାଗ କରିଦେଇଥିଲେ।

ମା’ ସତୀଙ୍କ ଦେହର ଅଂଶାବଶେଷ ଯେଉଁ ଠାରେ ପଡିଥିଲା ସେଠାରେ ଶକ୍ତିପୀଠ ସ୍ଥାପିତ ହୋଇଛି। ମା’ ସତୀଙ୍କ ପାଦର ଆଙ୍ଗୁଠୀ ହୁଗଳୀ ନଦୀରେ ପଡିଥିଲା। ସେଠାରେ ତାଙ୍କର ଆଙ୍ଗୁଠୀ ପଥର ହୋଇ ଯାଇଥିଲା। ଏହି ସ୍ଥାନ କୋଲକାତାରେ ରହିଛି। ସେଠାରେ ମା’ କାଳୀଙ୍କର ମନ୍ଦିର ସ୍ଥାପନ କରାଯାଇଛି। କାର୍ତ୍ତିକ ମାସର ଅମାବାସ୍ୟାରେ ଏହି ସ୍ଥାନରେ ବିଶେଷ ଭାବେ ମା’ ଙ୍କର ପୂଜା କରାଯାଇଥାଏ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories