ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କୁଣ୍ଡାପିଠା ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଗ୍ରାମର କୁଳମଣି ମହାନ୍ତ (୫୦) ଓରଫ୍ କୁନା ବୋଲି ଜଣାପଡିଛି। ସେ ଘର ଅଗଣାରେ ସାଇକେଲଟିକୁ ଘର ଭିତରକୁ ନେବା ସମୟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ସେ ସେଠାରେ ଟଳି ପଡ଼ିଥିଲେ। ଜୀବନ ରକ୍ଷା ଉଦ୍ଦେଶ୍ୟରେ ପରିବାର ଲୋକେ ତାଙ୍କୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।
Popular Categories



