www.samajalive.in
Monday, December 8, 2025
14.1 C
Bhubaneswar

ଭାଈ ଦୂଜ ପର୍ବରେ ଚିତ୍ରଗୁପ୍ତଙ୍କୁ ପୂଜା କରିବାର ଲାଭ

ଦୀପାବଳି ହିନ୍ଦୁମାନଙ୍କର ସବୁଠାରୁ ବଡ ପର୍ବ। ଦୀପାବଳି ପର୍ବ ୫ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ଏଥିରେ ଧନତେରସ, ଦୀପାବଳି, ଗୋବର୍ଦ୍ଧନ ପୂଜା, ଓ ଭାଈ ଦୂଜ ପାଳନ କରାଯାଇଥାଏ। ସବୁଠାରୁ ଶେଷରେ ଭାଈ ଦୂଜ ପାଳନ କରାଯାଇଥାଏ।ଭଉଣୀ ଭାଈମାନଙ୍କୁ ସ୍ୱାଗତ ସତ୍କାର କରି ଆୟୁଷ ବୃଦ୍ଧିର କାମନା କରିଥାନ୍ତି। କୁହାଯାଇଛି ଯେ, ଭାଇ ଏହିଦିନ ଭଉଣୀମାନଙ୍କ ଘରେ ଭୋଜନ ଗ୍ରହଣ କରିବା ସହ ତିଲକ ଲଗାଇଥାନ୍ତି। ଏପରି କରିବା ଦ୍ୱାରା ଅକାଳ ମୃତ୍ୟୁର ସମ୍ଭାବନା କମ୍ ହୋଇଥାଏ। ଭାଈ ଦୂଜ ଦିନ ଯମରାଜଙ୍କ ସହ ଚିତ୍ରଗୁପ୍ତଙ୍କର ମଧ୍ୟ ପୂଜା କରାଯାଇଥାଏ। ଚଳିତ ବର୍ଷ ନଭେମ୍ବର ମାସ ୯ତାରିଖ ଦିନ ଏହି ପର୍ବ ପାଳନ ହେବ।
ଚିତ୍ରଗୁପ୍ତ ଓ ତାଙ୍କ ମହିମା :
ଚିତ୍ରଗୁପ୍ତଙ୍କ ଜନ୍ମ ମନୁଷ୍ୟଙ୍କ ଭୁଲ ଠିକ କର୍ମର ହିସାବ ପାଇଁ ହୋଇଛି।
ମୁଖ୍ୟ ରୂପରେ ଚିତ୍ରଗୁପ୍ତଙ୍କ ପୂଜା ଭାଈ ଦୂଜ ଦିନ କରାଯାଇଥାଏ।
ତାଙ୍କର ପୂଜା କରିବା ଦ୍ୱାରା ଲେଖିବା, କଥା କହିବା ଓ ବିଦ୍ୟାର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ଚିତ୍ରଗୁପ୍ତଙ୍କ ଉପାସନା :
ପ୍ରାତଃ କାଳରେ ଘରର ପୂର୍ବ ଦିଗରେ ମୁରୁଜ ପକାନ୍ତୁ।
ତାପରେ ସେଠାରେ ଚିତ୍ରଗୁପ୍ତଙ୍କ ବିଗ୍ରହ ସ୍ଥାପନ କରନ୍ତୁ।
ତାଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ। ପୁଷ୍ପ ଓ ମିଷ୍ଠାନ୍ନ ଅର୍ପଣ କରନ୍ତୁ।
ତାଙ୍କୁ ଏକ କଲମ ଅର୍ପଣ କରିବା ଉଚିତ।
ତାପରେ ଏକ ସଫା ଧଳା କାଗଜରେ ହଳଦୀ ଲଗାଇ “ ଶ୍ରୀ ଗଣେଶାୟ ନମଃ” ଲେଖନ୍ତୁ।
ତାପରେ ପୁଣି “ ଓଁ ଚିତ୍ରଗୁପ୍ତାୟ ନମଃ” ୧୧ଥର ଲେଖନ୍ତୁ।
ଚିତ୍ରଗୁପ୍ତଙ୍କୁ ବିଦ୍ୟା, ବୁଦ୍ଧିର ବର ପ୍ରାର୍ଥନା କରନ୍ତୁ।
ଚିତ୍ରଗୁପ୍ତଙ୍କୁ ସମର୍ପଣ କରିଥିବା କଲମକୁ ସାଇତି ରଖନ୍ତୁ। ଏବଂ ସେହି କଲମର ବ୍ୟବହାର ବର୍ଷ ସାରା କରନ୍ତୁ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories