www.samajalive.in
Tuesday, December 9, 2025
15.1 C
Bhubaneswar

୭.୫ କୋଟି ଟଙ୍କା ଜବତ

ହାଇଦ୍ରାବାଦ୍‍: ତେଲେଙ୍ଗାନାର ବିଭିନ୍ନ ସ୍ଥାନରୁ ୭.୫୧ କୋଟି ଟଙ୍କାର ନଗଦ ଜବତ କରାଯାଇଛି। ହାୱଲା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରାଯାଇଛି। ଆସନ୍ତା ଡିସେମ୍ବର ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିôବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଟଙ୍କା ରଖାଯାଇଥିବା ସନ୍ଦେହ କରାଯାଉଛି।
ହାଇଦ୍ରାବାଦ୍‍ ପୁଲିସ କମିଶନର ଅଞ୍ଜନି କୁମାରଙ୍କ ସୂଚନା ଅନୁଯାୟୀ, ସିଟି ପୁଲିସ ଓ ଷ୍ଟାଟିକ୍‍ ସର୍ଭେଲାନ୍‍ସ ଟିମ୍‍ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ବିଭିନ୍ନ ସ୍ଥାନରୁ ଉପରୋକ୍ତ ପରିମାଣର ଟଙ୍କା ଜବତ ହୋଇଛି। ଏ ସମ୍ପର୍କରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀଙ୍କୁ ସୂଚିତ କରାଯାଇଛି। ଅନ୍ୟ ରାଜ୍ୟରୁ ଏବଂ ବିଦେଶରୁ ହାୱାଲା ମାଧ୍ୟମରେ ଏହି ଟଙ୍କା ତେଲେଙ୍ଗାନାକୁ ଆସିଥିବା ସନ୍ଦେହ କରାଯାଉଛି।
ଚଢ଼ଉ ସମୟରେ ଚାରିଜଣଙ୍କୁ ଗିରଫ କରାଯାଇଛି। ବାହବୁଟ୍‍ ସିଂହ ରାଜ ପୁରୋହିତ ନାମକ ଜଣେ ଅଭିଯୁକ୍ତଙ୍କ ଘରୁ ନଗଦ ଟଙ୍କା ସହିତ ଏକ ରିଭଲଭର ଜବତ କରାଯାଇଛି। ଆଗାମୀ ଦିନରେ ବିଭିନ୍ନ ଲଜ୍‍ ଓ ସମସ୍ତ ଗାଡ଼ିକୁ ଯାଞ୍ଚ କରାଯିବ। ନଭେମ୍ବର ୫ ତାରିଖ ସୁଦ୍ଧା ଆଇଟି ଓ ପୁଲିସ ଅଧିକାରୀମାନେ ବିଭିନ୍ନ ପର୍ଯ୍ୟାୟରେ ୧୧୨.୯ କୋଟି ଟଙ୍କା ଜବତ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories