ଗୋପାଳପୁର: ଆନ୍ଧ୍ର ପ୍ରଦେଶ ଓ ଓଡିଶାକୁ ସଂଯୋଗ କରୁଥିବା ୧୬ ନଂ ଜାତୀୟ ରାଜପଥ ହଳଦିଆ ପଦର ବସଷ୍ଟାଣ୍ଡ ସମ୍ମୁଖ ଓଭର ବ୍ରିଜ ତଳେ ବହୁ ଭାରି ଯାନ ସମେତ ଛୋଟ ଗାଡି ଗୁଡିକ ବେଆଇନ ପାର୍କିଂ କରୁଥିବାରୁ ଦୁର୍ଘଟଣା ଘଟୁଛି। ଓଭରବ୍ରିଜ ନିର୍ମାଣ ପରେ ସେଠାରେ ଗୋଟିଏ ପଟେ ଜାତୀୟ ରାଜପଥ ପକ୍ଷରୁ ଗୋଟିଏ ଆମ୍ବୁଲାନ୍ସ ସହ ଟ୍ୟାଙ୍କର ଓ କ୍ରେନ ରଖି ଗୋଟିଏ ପଟ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ କରିଥିବା ବେଳେ ଅନ୍ୟ ରାସ୍ତାରେ ଭାରିଯାନ ଗୁଡିକ ବେଆଇନ ପାର୍କିଂ କରୁଛନ୍ତି। ହଳଦିଆପଦର ନୂଆଁ ବସଷ୍ଟାଣ୍ଡରେ ଗତ କିଛି ମାସ ହେଲା ଅସ୍ଥାୟୀ ଭାବରେ କନିଷି ତହସିଲ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ଯୋଗୁଁ ଦିନ ସାରା ଉକ୍ତ ରାସ୍ତା ଭିଡ଼ ରହୁଛି। କିନ୍ତୁ ସଂଯୋଗ ରାସ୍ତା ତଥା ଓଭର ବ୍ରିଜ ତଳେ ଟ୍ରକ ଓ ବିଭିନ୍ନ ଯାନବାହାନ ବେଆଇନ ପାର୍କିଂ କରିବା ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବେଆଇନ ପାର୍କିଂ ଯୋଗୁଁ ଧୂଳି ଧୂସର ଉଡି ପରିବେଶ ପ୍ରଦୂଷଣ ହେବା ସହ ପଥଚାରୀ ମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
Popular Categories



