www.samajalive.in
Sunday, December 14, 2025
15.1 C
Bhubaneswar

ଶିକ୍ଷକ ହତ୍ୟା ମାମଲା, ଟଙ୍କା ନେଣଦେଣ କାରବାରରୁ ହୋଇଥିଲା ହତ୍ୟାକାଣ୍ଡ

କୁଚିଣ୍ଡା: କୁଚିଣ୍ଡା ସହରସ୍ଥ ନୂତନ ବାଇପାସ ରାସ୍ତାରେ ଘଟିଥିବା ଯୁବ ଶିକ୍ଷକ ପୃଥିରାଜ ମହାନନ୍ଦ ହତ୍ୟାକାଣ୍ଡ ଘଟଣାରେ ପୁଲିସ କାରଣ ଖୋଜି ପାଇଛି। ଅଟକ ଅଭିଯୁକ୍ତ ପତ୍ରାପାଲି ଗ୍ରାମର ସୁଧାଂଶୁ କୁସୁମ (୩୧) ଗତ ୧୩ଦିନ ତଳେ ଧରାପଡ଼ିଯିବା ଭୟରେ ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ କରି ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେବା ପରେ ପୁଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଅନ୍ୟପକ୍ଷେ ସେ ବ୍ୟବହାର କରିଥିବା ବାଇକ, ଛୁରୀ ସମେତ ବ୍ୟବହାର କରିଥିବା ସାମଗ୍ରୀ ଜବତ କରିବା ସହ ଉକ୍ତ ଦିନ ଆତଯାତ କରିଥି୍‌‌ବା ବେଳର ସିସି ଫୁଟେଜକୁ ଜବତ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ କୁଚିଣ୍ଡା ସହରସ୍ଥ ନୂତନ ବାଇପାସ ଖରଲା ନଦୀରେ ଥିବା ସେତୁ ପାର୍ଶ୍ବରେ ଗତ ୫ତାରିଖ ଶୁକ୍ରବାର ରାତ୍ରରେ ଚର୍ଚ୍ଚପଡ଼ାର ପୃଥିରାଜ ମହାନନ୍ଦ ନାମକ ଯୁବ ଶିକ୍ଷକଙ୍କ କେହି ତଣ୍ଟି କାଟି ହତ୍ୟା କରି ଫେରାର ମାରିଥିଲେ। ତେବେ ଏହି ଘଟଣାରେ ପୁଲିସ ପାରିପାର୍ଶ୍ବିକ ପରିସ୍ଥିତି ଓ ମୋବାଇଲ କଲ ରେକର୍ଡ ଆଧାରରେ ଏକାଧିକ ବ୍ୟକ୍ତିଙ୍କୁ ପଚରାଉପଚୁରା କରିଥିଲା। ଏହି ଘଟଣାରେ ପତ୍ରାପାଲି ଗ୍ରାମର ସୁଧାଂଶୁ କୁସୁମ(୩୧) ନାମକ ଜନୈକ ଯୁବକ ସଂପୃକ୍ତ ରହିଥିବା ସଂଦେହରେ ଗତ ୭ତାରିଖ ଦିନ କୁଚିଣ୍ଡା ପୁଲିସ ଜେରା କରୁ୍‌‌ଥିବା ବେଳେ ସେ ମୁକୁଳିବାକୁ ଷଡଯନ୍ତ୍ର କରିଥିଲା। ସେ ପାଇଖାନାକୁ ଯିବାକୁ ଅନୁମତି ମାଗି ସେଠାକାର ଝରକାରେ ଲାଗିଥିବା କାଚ ପ୍ଲେଟ ଭାଙ୍ଗି ତା ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ସଂଗେ ସଂଗେ ପୁଲିସ ଏସଂକ୍ରାନ୍ତରେ ଜାଣିପାରି ପାଇଖାନାରୁ ଯୁବକଙ୍କୁ ଉଦ୍ଧାର କରି କୁଚିଣ୍ଡା ହସପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲରେ ଭର୍ତ୍ତି କରି ଯାଇଥିଲା। ଗତକାଲି ବୁର୍ଲା କର୍ତ୍ତୃପକ୍ଷ ଅଭିଯୁକ୍ତକୁ ଡିସଚାର୍ଜ କରିବା ପରେ ସେଠାରେ ମୃତୟନ ଥିବା ପୁଲିସ ସମେତ କୁଚିଣ୍ଡା ପୁଲିସ ତାଙ୍କୁ କୁଚିଣ୍ଡା ଥାନାକୁ ଆଣି ଗିରଫ କରିଥିଲେ। ଏପରିକି ସେ ଗତ ୫ତାରିଖ ସଂଦ୍ଧ୍ୟାରେ ଶିକ୍ଷକଙ୍କୁ ହତ୍ୟା କରିବା ସକାଶେ ଯୋଜନା କରି ଏକାଧିକ ସ୍ଥାନରେ ଶିକ୍ଷକଙ୍କ ସହ ମାଦକ ଦ୍ରବ୍ୟ ସେବନ କରିବାକୁ ଦେଇଥିବା ପ୍ରକାଶ। ସେମାନେ କୁସୁମୀ ଢାବା ସମେତ ଏକାଧିକ ସ୍ଥାନରେ ଖିଆପିଆ କରିଥିଲେ। ରାତ୍ର ପ୍ରାୟ ୯ଟାରେ ଫେରିବା ବେଳେ ଅଭିଯୁକ୍ତ ସୁଧାଂଶୁ ଖରଲା ନଦୀ ତଟସ୍ଥ ପୋଲ ପାର୍ଶ୍ବକୁ ନିଶାଗ୍ରସ୍ତ ଶିକ୍ଷକଙ୍କୁ ନେଇ ପୂର୍ବରୁ ଯୋଜନା କରି ଧରିଥିବା ଛୁରିରେ ଶିକ୍ଷକ ପୃଥିରାଜ ମହାନନ୍ଦଙ୍କ ତଣ୍ଟି କାଟି ହତ୍ୟା କରିଥିବା ଜଣାଯାଇଛି। ପରେ ନଦୀ ପାର୍ଶ୍ବରେ ହାତ ଧୋଇବା ସହ ରକ୍ତାକ୍ତ ଛୁରିକୁ ସେଠାରେ ପକାଇ ନିଜ ଘରକୁ ଯାଇଥିଲା। ରାତ୍ରରେ ରକ୍ତଲଗା ପ୍ୟାଣ୍ଟ ସାର୍ଟ ଧୋଇବା ସହ ଗାଧୋଇ ଶୋଇଥିଲା। ପରଦିନ ପୁଲିସ ତଦନ୍ତ କାଳରେ ଉକ୍ତ ରକ୍ତଲଗା କପଡ଼ା ସମେତ ବ୍ୟବହାର କରିଥିବା ବାଇକକୁ ମଧ୍ୟ ଜବତ କରିଥିଲା। ତେବେ ଚଢା ସୁଧରେ ଋୁଣ ନେବା ଓ ଦୁଇ ଲକ୍ଷ ଟଙ୍କାକୁ ହଡପ କରିବା ସକାଶେ ଏହି କାଣ୍ଡ ଭିଆଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories