www.samajalive.in
Saturday, December 6, 2025
26.1 C
Bhubaneswar

ସୌନ୍ଦର୍ଯ୍ୟରେ ଖିର

ପ୍ରତିଦିନ ଖିରକୁ ନିଜ ତ୍ବଚା ଯତ୍ନ ପାଇଁ ବ୍ୟବହାର କଲେ, ଚମକ ଆସିବା ସହ ଅନ୍ୟ ସମସ୍ୟା ବି ଦୂରେଇଯାଏ।

ମହୁ ଓ ଖିର:
ଖିରରେ ମହୁ ମିଶାଇ ମୁହଁ, ହାତ ଓ ବେକରେ ଲଗାନ୍ତୁ। ମହୁ ତ୍ୱଚା ପାଇଁ ଔଷଧ ଭଳି କାମ କରେ। ଏହାକୁ ଲଗାଇଲେ ତ୍ବଚାରେ ଚମକ ଆସେ। ତ୍ବଚାକୁ ସଫା କରିବାକୁ ଏକ ଛୋଟ ଚାମଚ ମହୁରେ ଖିର ମିଶାଇ ମୁହଁରେ ଲଗାଇବେ। ୧୦ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ଦେଖିବେ ଆପଣଙ୍କ ମୁହଁରେ କେମିତି ଚମକ ଆସୁଛି।

- Advertisement -

ତ୍ବଚା ଭାଙ୍ଗ:
ଦୁଇ ଚାମଚ ମହୁରେ ଅଧ ଚାମଚ ଗ୍ଲିସେରିନ୍ ଓ ଚାରିଚାମଚ ଖିରସରକୁ ମିଶାଇ ତ୍ବଚାରେ ଲଗାନ୍ତୁ। ସପ୍ତାହରେ ଦୁଇଥର ଏହି ମିଶ୍ରଣ ଲଗାଇଲେ ତ୍ବଚା ଭାଙ୍ଗ ସମସ୍ୟା ଦୂର ହୁଏ।

ଓଠ କଳା:
ଯଦି ଓଠ କଳା ପଡ଼ିଛି, ଖିରକୁ ଓଠରେ ଲଗାଇଲେ ତା’ କଳାପଣ ଦୂର ହୁଏ। ଯଦି ଆପଣଙ୍କ ଓଠ ଫାଟୁଛି, ତେବେ ୨ଚାମଚ ଗୋଲାପଜଳ, ଅଧ ଚାମଚ ଲେମ୍ବୁରସ ସହ ଖିରକୁ ଭଲଭାବେ ମିଶାଇ ଲଗାଇପାରିବେ।

ଖିର ସର:
ଖିର ଲଗାଇଲେ ତ୍ୱଚା ଅଧିକ କୋମଳ ହୁଏ। ଦୁଇ ଚାମଚ ଖିରସର ସହ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ । ଏପରି କଲେ ତ୍ୱଚାର ଶୁଷ୍କତା ଦୂର ହୋଇଥାଏ। ଖିର ସହ ଗୋଲାପଜଳ ମିଶାଇ ପୂରା ଶରୀରରେ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ଧୀରେ ଧୀରେ ସଫା ହୁଏ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories