www.samajalive.in
Monday, December 15, 2025
27.1 C
Bhubaneswar

କୋଇଲା ବୋଝେଇ ପିକଅପ ସହ ଗାଡି ଚାଳକ ଗିରଫ

ଧାମରା: ବାଂଶଡା ଥାନାଧିକାରୀଙ୍କ ଦ୍ୱାରା ଏକ କୋଇଲା ବୋଝେଇ ପିକଅପ ସହ ଗାଡିର ଚାଳକ ଗିରଫ ହୋଇଛନ୍ତି। ପ୍ରାପ୍ତ ଖବର ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ ବାଂଶଡା ଥାନା ଅଧିନସ୍ଥ ମାଣିପୁର ଠାରେ ୧୦ରୁ ଅଧିକ ଗାଡିରେ କୋଇଲା ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ଖବର ବାଂଶଡା ଥାନାଧିକାରୀଙ୍କ ନିକଟରେ ପହଂଚିଥିଲା।

ବାଂଶଡା ଥାନାଧିକାରୀ ଜଣେ ଷ୍ଟାଫଙ୍କୁ ନେଇ ଅତର୍କିତ ଚଢାଉ କରିବାକୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବହୁ ଚାରି ଚକିଆ ଗାଡି ଗୁଡିକ କୋଇଲାକୁ ବୋଝେଇ ହେଉଥିବା ସ୍ଥାନରେ ଢାଳି ଦେଇ ଫେରାର ହୋଇ ଯାଇଥିଲେ। ବାଂଶଡା ଥାନାଧିକାରୀ ମାଣିପୁର ଠାରେ ପହଂଚିବା ବେଳେ ସେହି ସ୍ଥାନରେ ୫୦ରୁ ଅଧିକ ବସ୍ତାରେ କୋଇଲା ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ସଂପୃକ୍ତ ଗାଡି ଚାଳକକୁ ଧରିବା ସହ ଜବତ ହୋଇଥିବା ପିକଅପକୁ ନେଇ ଥାନାକୁ ଆସିଥିଲେ। ଆଜି ଗିରଫ ହୋଇଥିବା ଗାଡି ଚାଳକ ସାରୁକ ସାହା(୩୦)କୁ କୋର୍ଟ ଚାଲାଣ କରିଥିବା ବେଳେ କେଉଁ ସୂତ୍ରରେ ବାଂଶଡା ଥାନାଧିକାରି ଚୋରା ମାଫିଆଙ୍କୁ ଧରିବାକୁ ଯାଉଥିବା ସମୟରେ, ଏହି କଥା ବାହାର ଲୋକଙ୍କୁ ଅବଗତ ନଥିବା ବେଳେ ଥାନାରୁ ଏହି କଥା କିପରି କୋଇଲା ମାଫିଆଙ୍କୁ ପାଖକୁ ଯାଉଛି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏହାଦ୍ୱାରା ଥାନା ଷ୍ଟାଫ ଜାଣିଶୁଣି ଥାନାର ଭିତରି କଥା ସବୁ ପଦାରେ ପକାଉଥିବା ଅନୁମେୟ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories