www.samajalive.in
Saturday, December 6, 2025
26.1 C
Bhubaneswar

ଇଣ୍ଡୋ ନେପାଳ କରାଟେ ଚମ୍ପିୟାନ ପ୍ରତିଯୋଗିତା ଉଦଯାପିତ

କଣ୍ଟାବାଞ୍ଜି : ଚଳିତ ମେ’ ମାସ ୧୨,୧୩ ଓ ୧୪,ତାରିଖ ୩ ଦିନିଆ କରାଟେ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ମୋଙ୍ଗିଆ ସ୍କୁଲ ଝାଡଖଣ୍ଡର ଗୀର୍ଡିହି ଠାରେ ହୋଇଥିବା ୨ୟ ତମ ଇଣ୍ଡୋ ନେପାଳ କରାଟେ ଚାମ୍ପିୟନସିପ ପ୍ରତିଯୋଗିତାରେ ଭାଗ ନେବାକୁ ଓଡ଼ିଶାରୁ ମୋଟ ୩୦ ଜଣ ଖେଳାଳି ଝାଡଖଣ୍ଡ ଗସ୍ତ କରିଥିଲେ । ସେହି ୩୦ ଜଣ ଖେଳାଳିଙ୍କ ମଧ୍ୟରୁ ଟିଟିଲାଗଡ କରାଟେ ଆସୋସିଏସନ୍ ଓ ଗୁରୁକୃପା ମାରସ୍ଲାଟ ଏକାଡେମୀ କଣ୍ଟାବାଞ୍ଜିରୁ ମୋଟ ୧୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଏହି ଉଭୟ ଆସୋସିଏସନ୍ ରୁ ଭାଗ ନେଇଥିବା ୧୦ ଜଣ ପ୍ରତିଯୋଗୀ ବିଭିନ୍ନ ଇଭେଣ୍ଟରେ ଭାଗନେଇ, ମୋଟ ୪ଟି ସ୍ଵର୍ଣ୍ଣ ପଦକ ,୨ ଟି ରୋପ୍ୟ ପଦକ, ୧୦ ଟି କାଂସ୍ୟ ପଦକ ହାସଲ କରି ନିଜ ରାଜ୍ୟ ତଥା ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ଉଭୟ ଆସୋସିଏସନ୍ ର ଖେଳାଳିଙ୍କୁ ସଂଶାଇ ଜିତୁ ପୃଷ୍ଟି ତାଲିମ ପ୍ରଦାନ କରି ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିଥିଲେ । ଏହି ପ୍ରତିଯୋଗିତା ମୋଟ ୧୧ ଟି ରାଜ୍ୟ ଓ ନେପାଳ ଦେଶରୁ ମୋଟ ୪୨୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ଯାଇଥିବା ସମସ୍ତ ପ୍ରତିଯୋଗୀ ନିଜ ଉତ୍କୃଷ୍ଟ ପ୍ରଦର୍ଶନ କରିବା ସହିତ ସମୁଦାୟ ୧୬ ଟି ପଦକ ହାସଲ କରିଛନ୍ତି। ଏହି ଟିଟିଲାଗଡ କରାଟେ ଆସୋସିଏନର ସମ୍ପାଦକ ସଂସାଇ କେଦାର କବାଟ , ସଂଶାଇ ଦେବେନ୍ଦ୍ର ଜୈନ, ଖେଳାଳିଙ୍କ ଅଭିଭାବକମାନେ ତଥା ଟିଟିଲାଗଡ ଓ କଣ୍ଟାବାଞ୍ଜି ଅଞ୍ଚଳବାସୀ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories