www.samajalive.in
Saturday, December 6, 2025
16.1 C
Bhubaneswar

ପୂର୍ବ ଶତ୍ରୁତାରୁ ହତ୍ୟା ଘଟଣା, ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଲାଞ୍ଜିଗଡ଼ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୁଲିସ । ଅପରପକ୍ଷରେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ ସୁବାସଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ଲାଞ୍ଜିଗଡ଼ ଥାନା କେସ୍ ୩୩/୨୩ ଅନୁଯାୟୀ, ସୁବାସଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ ତାଙ୍କ ପଡୋଶୀ ମନୋଜ ପ୍ରଧାନ, ତାଙ୍କ ସ୍ତ୍ରୀ ମିନତୀ ପ୍ରଧାନ, ମନୋଜଙ୍କ ବଡ଼ଭଉଣୀ ଶାନ୍ତିଲତା ମହାକୁଡ଼, ଭଣଜା ଯୋଗେଶ ମହାକୁଡ଼ଙ୍କୁ  ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ଯିବାକୁ ପଡ଼ିଛି ।
ସୂଚନାଯୋଗ୍ୟ ଗତ ରବିବାର ଅଭିଯୁକ୍ତମାନେ ମୃତକଙ୍କୁ ମିଳିତ ଭାବେ ଆକ୍ରମଣ କରିବା ସହ ଠେଙ୍ଗାରେ ମାଡ଼ ମାରିଥିଲେ । ଠେଙ୍ଗାରେ ଆକ୍ରମଣ ସହିତ ପ୍ରବଳ ମାଡ଼ ମାରିବା ଯୋଗୁଁ ସୁବାସଙ୍କ ମୁହଁ ଓ ନାକରୁ ପ୍ରଚୁର ରକ୍ତସ୍ରାବ ହେବା ସହ ସେ ତଳେ ପଡ଼ି ଯାଇଥିଲେ । ପରିବାର ଲୋକେ ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ସୁବାସଙ୍କ ପୁଅ ଶୁଭେନ୍ଦୁ ମହାକୁଡ଼ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିବା ବେଳେ ଥାନାଧିକାରୀ ଉତ୍ତମ କୁମାର ସାହୁ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories