www.samajalive.in
Saturday, December 6, 2025
19.1 C
Bhubaneswar

ବନ୍ଧୁକ ଗୁଳିରେ ବାର୍‌‌ହା ଶିକାରୀ ମୃତ୍ୟୁ ମାମଲା : ୬ ସାଥୀ ଶିକାରୀ କୋର୍ଟ ଚାଲାଣ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା କତରବଗା ଥାନା ଝାଙ୍କରପାଲି ଗ୍ରାମପଞ୍ଚାୟତର ଚନ୍ଦନିମାଲ ଗ୍ରାମର ଅନତି ଦୂର ପତ୍ରାଙ୍ଗଲରେ ବାର୍‌‌ହା ଶିକାର କରିବାକୁ ଯାଇ ନିଜ ବନ୍ଧୁକ ଗୁଳିରେ ଜମନକିରା ଥାନା ଅନ୍ତର୍ଗତ ମେଣ୍ଢାବାହାଲ ଗ୍ରାମର କୁମର ଛତ୍ରିଆ (୪୫) ନାମକ ଜନୈକ ଶିକାରୀ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ କରିଥିବା କୁମର ଛତ୍ରିଆ ସହିତ ବାର୍‌‌ହା ଶିକାର କରିବାକୁ ଯାଇଥିବା ୬ଜଣ ସାଥୀ ଶିକାରୀଙ୍କୁ କତରବଗା ପୁଲିସ  କୋର୍ଟ ଚାଲାଣ କରିଛି। ଏସଂକ୍ରାନ୍ତରେ କତରବଗା ଥାନା କେସ୍ ନଂ୫୧ ଦଫା ୩୦୪(ଏ)୩୪ ଆଇପିସି/୨୫ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରାଯାଇଥିବାର ପ୍ରକାଶ। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଲାଇସେନ୍ସ ନଥିବା ଦୁଇଟି ବନ୍ଧୁକ ଜବତ କରାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories