ଉପକୂଳରେ ଗୁଳୁଗୁଳି, ପଶ୍ଚିମ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ତାତି

୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାର ପ୍ରଭାବରେ ଉପକୂଳରେ ପ୍ରବଳ ଗୁଳୁଗୁଳି ହେଉଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ଆଜି ବଲାଙ୍ଗିର ଓ ଟିଟିଲାଗଡ଼ରେ ତାତି ୪୪ଡିଗ୍ରୀ ଟପିଛି। ୪୪.୪ ଡିଗ୍ରୀ ସହ ଆଜି ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଟିଟିଲାଗଡ଼ ୪୪, ଝାରସୁଗୁଡ଼ା ୪୩.୬, ଭବାନୀପାଟଣା ୪୩.୫, ବୌଦ୍ଧ ୪୨.୯, ସୋନପୁର ଓ ମାଲକାନଗିରି ୪୨.୮, ଅନୁଗୁଳ ୪୨.୭, ସୁନ୍ଦରଗଡ଼ ୪୨.୪, ରାଉରକେଲା ୪୨.୨, ବରଗଡ଼ ୪୨.୧, ତାଳଚେର, ନୂଆପଡ଼ା ଓ ନୟାଗଡ଼ ୪୨, ଭୁବନେଶ୍ବର ୩୮.୪ ଏବଂ କଟକ ୩୭.୬ ଡିଗ୍ରୀ ସେଲସିୟସ ରହିଛି।

prayash

ପାଣିପାଗ ବିଭାଗ ପକ୍ଷରୁ ହିଟୱେଭକୁ ଦୃଷ୍ଟିରେ ରଖି ୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ଜିଲାକୁ ହିଟ ୱେବ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

kalyan agarbati

Comments are closed.