www.samajalive.in
Thursday, December 11, 2025
18.1 C
Bhubaneswar

ଶିକ୍ଷା ବିକାଶ ସମିତି ପକ୍ଷରୁ ଆୟୋଜିତ ଗଣିତ ଓ ମେଧା ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ

ରେଙ୍ଗାଲିକ୍ୟାମ୍ପ: ଶିକ୍ଷା ବିକାଶ ସମିତିଙ୍କ ଯୋଜନାରେ ପ୍ରାଦେଶିକ ସ୍ତରରେ ଶ୍ରୀ ଭାରତିକୃଷ୍ଣ ଗଣିତ ଓ ପ୍ରାଦେଶିକ ମେଧା ପରୀକ୍ଷାରେ ଅତାବିରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସଂସ୍କୃତି ବାଗ କୃତିତ୍ୱ ହାସଲ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଉପରୋକ୍ତ ଦୁଇଟି ଯାକ ପରୀକ୍ଷାରେ ସେ ପ୍ରାନ୍ତରେ ଯଥାକ୍ରମେ ସପ୍ତମ ଓ ନବମ ସ୍ଥାନ ଅଧିକାର କରିଛନ୍ତି।

ଏଥିପାଇଁ ପଦମପୁର ରେ ଆୟୋଜିତ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ ରେ ତାଙ୍କୁ ପୁରସ୍କୃତ କରାଯାଇଛି। ପିତା ଶିବପ୍ରସାଦ ବାଗ ଓ ମାତା ବିକୁଲିବତି ବାଗ ନିଜ ଝିଅର ଏହି ସଫଳତା ପାଇଁ ଅତ୍ୟଧିକ ଗର୍ବ ଓ ଆନନ୍ଦ ପ୍ରକାଶ କରିଛନ୍ତି ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଯଯାତି କେଶରୀ ମିଶ୍ର ତଥା ବିଦ୍ୟାଳୟ ସମସ୍ତ ଗୁରୁଜୀ ଓ ଗୁରୁମା ଛାତ୍ରୀ ସଂସ୍କୃତି କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମିଶ୍ର ପ୍ରକାଶ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories