www.samajalive.in
Sunday, December 14, 2025
23.1 C
Bhubaneswar

ଏହି ଘରୋଇ ଉପଚାର ଦ୍ବାରା ଦୂର ହେବ ଆଜମା

ଆଜିକାଲି ବହୁ ଲୋକ ଆଜମା ରୋଗରେ ପୀଡ଼ିତ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଶ୍ବାସକ୍ରିୟାରେ ବହୁ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ପ୍ରାୟ ସବୁ ବୟସର ଲୋକେ ଏହି ରୋଗର ଶୀକାର ହୋଇଥାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ବହୁ ଡାକ୍ତରୀ ଚିକିତ୍ସା କରାଇଥାଆନ୍ତି। ତେବେ ଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ କିଛି ଘରୋଇ ଉପାୟ ରହିଛି। ଏହି ଉପାୟକୁ ଆପଣାଇବା ଦ୍ବାରା ବିନା କୌଣସି ପାଶ୍ୱର୍ ପ୍ରତିକ୍ରିୟାରେ ଓ କମ୍‍ ଖର୍ଚ୍ଚରେ ମଧ୍ୟ ଶ୍ୱାସ ବା ଆଜମା ରୋଗକୁ ନିୟନ୍ତ୍ରିତ କରିହେବ।
– ଏକ ଲିଟର ପାଣିରେ ଏକ ଚାମଚ ମେଥି ମିଶାଇ ଅଧଘଣ୍ଟା ପର୍ୟ୍ୟନ୍ତ ଫୁଟାନ୍ତୁ । ଏହାକୁ ଛାଣି ଅଳ୍ପ ଅଦା ରସ ଏବଂ ମହୁ ମିଶାଇ ସେବନ କରନ୍ତୁ । ପ୍ରତିଦିନ ସକାଳୁ ଏହାକୁ ପିଇବା ଦ୍ୱାରା ଶ୍ୱାସ ନିୟନ୍ତ୍ରଣରେ ରହିଥାଏ ।
– ସୋରିଷ ତେଲରେ କର୍ପୁର ପକାଇ ଗରମ କରନ୍ତୁ । ଟିକେ ଥଣ୍ଡା ହେବା ପରେ ଏହି ତେଲକୁ ଛାତି ଏବଂ ପିଠିରେ ମାଲିସ କରନ୍ତୁ । ୨-୩ ଥର ମାଲିସ କରିବା ଦ୍ୱାରା ଶ୍ବାସକ୍ରିୟା ସହଜ ହେବା ସହ ଆରାମ ଲାଗିଥାଏ।
– ଅଦା,ମହୁ ଏବଂ ଡାଳିମ୍ବକୁ ମିଶାଇ ଏକ ପାନୀୟ ତିଆରି କରନ୍ତୁ। ଆଜମା ହେବା ସମୟରେ ଦିନକୁ ୨-୩ ଥର ଏହାକୁ ସେବନ କଲେ ପାର୍ଥକ୍ୟ ଖୁବ୍ ଶୀଘ୍ର ଜାଣିପାରିବେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories