www.samajalive.in
Monday, December 15, 2025
26.1 C
Bhubaneswar

ଆଇପିଏଲ: ଆଜି ଚେନ୍ନଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଲଢେଇ

ଚେନ୍ନଇ: ଚଳିତ ଆଇପିଏଲର ବୁଧବାର ୫୫ତମ ମ୍ୟାଚ ଚେପକ୍‌ ଷ୍ଟାଡ଼ିୟମରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଖେଳାଯିବ। ଚେନ୍ନଇ ମ୍ୟାଚକୁ ଜିତି ପ୍ଳେ ଅଫ୍‌ ଆଶା ଉଜ୍ଜୀବିତ କରିବା ଲକ୍ଷ୍ୟ ରଖିଥିବାବେଳେ ଦିଲ୍ଲୀ ପାଇଁ କର ବା ମର ସଦୃଶ ହୋଇଛି। ଦିଲ୍ଲୀ ପାଇଁ ଉକ୍ତ ମ୍ୟାଚ ବିଶେଷ ଭାବେ ଗୁୁରୁତ୍ବପୂର୍ଣ୍ଣ। କାରଣ ମ୍ୟାଚରେ ପରାଜିତ ହେଲେ ପ୍ଲେ ଅଫ ଦୌଡ଼ରୁ ବାଦ୍‌ ପଡିବା ନିଶ୍ଚିତ ହେବ।

ଚେନ୍ନଇ ୧୧ଟି ମ୍ୟାଚରୁ ୬ଟି ବିଜୟ ,୪ଟି ପରାଜୟ ଓ ଗୋଟିଏ ବାତିଲ ସହ ମୋଟ ୧୩ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୬ ୱିକେଟରେ ପରାସ୍ତ କରିଥିଲା। ସେହିପରି ଦିଲ୍ଲୀ କ୍ୟାପିଟାଲ୍‌ସ ୧୦ଟି ମ୍ୟାଚରୁ ୪ଟି ବିଜୟ ଓ ୬ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫ୍‌ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଅବଶିଷ୍ଟ ୪ଟି ଯାକ ମ୍ୟାଚ ଜିତିବା ଜରୁରୀ ହୋଇପଡିଛି। ଏହି ଦୃଷ୍ଟିରୁ ଚେନ୍ନଇ ବିପକ୍ଷ ମ୍ୟାଚ ଦଳ ପାଇଁ ବେଶ ଗୁରୁତ୍ବ ବହନ କରୁଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories