www.samajalive.in
Sunday, December 7, 2025
14.1 C
Bhubaneswar

ରାତି ଅଧରେ ଘର ଭିତରେ ବୋମାମାଡ

ତେଲକୋଇ : ରାତି ଅଧରେ ଘର ଭିତରେ ପେଟ୍ରୋଲ ଢାଳି ବୋମା ମାଡ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗି ପଞ୍ଚାୟତ ପଡିଆପଶି ଗାଁ ପୁଢେଇଝୁଲ ସାହିରେ। ଗତକାଲି ବିଳମ୍ବିତ ରାତିରେ ସାହିର କିର୍ତନ ନାୟକଙ୍କ ପରିବାର ଖାଇ ପିଇ ଘର ଅଗଣାରେ ଶୋଇଥିବା ବେଳେ ଦୁର୍ଵୃତ୍ତ ମାନେ ଘରର ପଛପଟ ଝରକାରେ ପ୍ରଥମେ ପେଟ୍ରୋଲ ଢାଳିଥିଲେ।  ପରେ ଘର ଭିତରକୁ ବୋମା ଫିଙ୍ଗି ଥିଲେ । ଫଳରେ ଘର ଭିତରେ ନିଆଁ ଲାଗି ଯାଇଥିଲା। ବୋମା ଶବ୍ଦ ଶୁଣି ଘର ଲୋକ ଉଠି ପଡି ଥିଲେ ହେଲେ କଣ ହେଉଛି କିଛି ଜାଣି ପାରିନଥିଲେ। ଶବ୍ଦ ଏତେ ଜୋର ଥିଲା ସାହି ଲୋକେ ମଧ୍ୟ ଉଠି କିର୍ତନଙ୍କ ଘରକୁ ଦୌଡ଼ି ଥିଲେ। ସାହି ଲୋକ ଆସିବା ଦେଖି ଦୁର୍ଵୃତ୍ତ ମାନେ ଜଙ୍ଗଲ ଆଡକୁ ଦୌଡ଼ି ପଳାଇଥିଲେ। ଘରର ଝରକା ପଟେ ନିଆଁ ଲାଗୁଥିବା ଦେଖି ସାହି ଲୋକ ଘର ଲୋକଙ୍କୁ ଜଣାଇଥିଲେ। ଏବଂ ନଳକୂପ ରୁ ପାଣି ଆଣି ସାହି ଲୋକ ଓ ପରିବାର ଲୋକ ନିଆଁ କୁ ଆୟତ୍ତ କରି ଥିଲେ। ଘରଭିତରେ ଥିବା ସମସ୍ତ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି। ଏନେଇ ପରିବାର ପକ୍ଷରୁ ତେଲକୋଇ ଥାନାରେ ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories