ତେଲକୋଇ: ମଧୁସୂଦନପୁରରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ସକାଳେ ଜାଳ କାଠ ପାଇଁ ଯାଇଥିବା ବେଳେ ପାଣିରେ ପଡିଯାଇଥିବା ସୂଚନା ମିଳିଛି। ତେଲକୋଇ ଥାନା ଖୁଣ୍ଟାପଡା ପଞ୍ଚାୟତ ମଧୁସୂଦନପୁର ଜୁଆଙ୍ଗ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ସେହି ଗାଁର ସୁଦର୍ଶନ ନାଏକ ସକାଳେ ନିକଟସ୍ଥ ଜଙ୍ଗଲକୁ ଜାଳ କାଠ ଆଣିବାକୁ ଯାଇଥିବା ବେଳେ ଝରଣାରେ ପଡି ତାଙ୍କର ମୃତ୍ୟୁ ହୋଇଛି। ଝରଣାରେ ଅଳ୍ପ ପାଣି ଥିବାବେଳେ ସେ କୌଣସି କାରଣରୁ ଅଚେତ ହୋଇ ପାଣିରେ ପଡିଯାଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ମଧ୍ୟ ଥରେ ଅଚେତ ହୋଇ ସେ ନିଆଁରେ ପଡି ଯାଇଥିଲେ। ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



