www.samajalive.in
Saturday, December 6, 2025
26.1 C
Bhubaneswar

ଧାମରାରେ ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ

ଧାମରା : ଧାମରାରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି। ଆଜିର ଏହି ଉଦଘାଟନ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ,ଅବକାରୀ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଧାମରାର ପୂର୍ବତନ ସରପଂଚ ପ୍ରିୟରଞ୍ଜନ ଜେନା, ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା, ୧ନଂ ଜୋନର ଜିଲ୍ଲା ପରିଷଦ ପ୍ରିନ୍ସ ରାକେଶ ନାୟକ , ୨ନଂ ଜୋନର ଜିଲ୍ଲା ପରିଷଦ ରଞ୍ଜନ କୁମାର ସାହୁ, ସାମାଜିକ କର୍ମୀ ଅଭିମନ୍ୟୁ ରାଉତ ପ୍ରମୁଖ ମଂଚାସୀନ ଥିଲେ।
ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଆଗାମୀ ଦିନରେ ବିଜୁ ଜନତା ଦଳର ହାତ ମୁଠା ଟାଣ କରିବା ସହ ଚାନ୍ଦବାଲି ବିଧାୟକଙ୍କୁ ବ୍ୟୋମକେଶ ରାୟଙ୍କୁ ପୁନଶ୍ଚ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଚୟନ କରିବା ସହ ବିଜୁ ପଟ୍ଟନାୟକ ଓଡିଶା ପ୍ରତି ଥିବା ଅବଦାନ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ନିଜ ବକ୍ତବ୍ୟରେ ଧାମରା ଅଂଚଳ ଆଗାମୀ ଦିନରେ ଶିଳ୍ପ ହବ ପାଲଟିବା ସହ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଥିଲେ। ଆଜିର ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଜାଗୁଳା ପଂଚାୟତର ସରପଂଚ ସୁରେଶ ସେଠୀ, ସୁରେଶ ମାହୁନ୍ତ, ଅଶୋକ ଜାନା, ଧାମରା ସରପଂଚଙ୍କ ପ୍ରତିନିଧି ,ନିତ୍ୟାନନ୍ଦ ବେହେରା, ମାୟାଧର ପରିଡା, ନିତ୍ୟାନନ୍ଦ ପରିଡାଙ୍କ ସମେତ ଶତାଧିକ ବିଜୁ ଜନତା ଦଳ,ବିଜୁ ଛାତ୍ର ଜନତା ଦଳର ଛାମୁଆ କର୍ମୀ ମାନେ ଉପସ୍ଥିତ ଥିଲେ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories