www.samajalive.in
Friday, December 12, 2025
14.1 C
Bhubaneswar

ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ : ବୌଦ୍ଧଜିଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲା ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରୀ କମିଟିରେ ବୌଦ୍ଧରୁ ବରିଷ୍ଠ ସାମ୍ବାଦିକ ସଂପଦ କୁମାର ଅଗ୍ରୱାଲା ମନୋନୀତ ହୋଇଥିବାରୁ ବୈଠକରେ ତାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ନିକଟରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ବିଭିନ୍ନ ସାଂଗଠନିକ ଆଲୋଚନା ଓ ନିଷ୍ପତ୍ତି ସଂପର୍କରେ ସଂପାଦକ ରବିନ୍ଦ୍ର କୁମାର ପଟ୍ଟନାୟକ କାର୍ଯ୍ୟକାରୀ ବୈଠକରେ ଉପସ୍ଥାପନ କରିଥିଲେ । ରାଜ୍ୟ ଓ ଜିଲା ସଂଘ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଭିନ୍ନ ନିଷ୍ପତ୍ତି ନେବାକୁ ବୈଠକରେ ଆଲୋଚନା କରାଯିବା ସହିତ ନିର୍ଦ୍ଧାରିତ ଫର୍ମରେ ତୁରନ୍ତ ଜିଲା ସାମ୍ବାଦିକ ସଂଘର ସଦସ୍ୟମାନଙ୍କ ତଥ୍ୟ ପୂରଣ କରି ରାଜ୍ୟ ସଂଘକୁ ପ୍ରେରଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏଥିପାଇଁ ରାଜ୍ୟ ସଂଘ କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ଅଗ୍ରୱାଲାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେହିପରି ଜିଲାପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଠିକ୍ ସମୟରେ ସଦସ୍ୟମାନଙ୍କୁ ତଥ୍ୟ ଯୋଗାଇଦେବା, ଜିଲା ଓ ବ୍ଲକସ୍ତରରେ ଆୟୋଜିତ ସରକାରୀ ସଭା ସମିତିଗୁଡିକ ସଂପର୍କରେ ସଂପୃକ୍ତ ଅଞ୍ଚଳର ସାମ୍ବାଦିକମାନଙ୍କୁ ଆଗୁଆ ସୂଚନା ପ୍ରଦାନ ପାଇଁ ବ୍ୟବସ୍ଥା କରାଇବା ସଂପର୍କରେ ସଦସ୍ୟମାନେ ମତପ୍ରକାଶ କରିଥିଲେ। ସେହିପରି ସଂଘର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଡ କରିବାକୁ ସଭାପତି ସଂପାଦକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସକ୍ରିୟ ଭାବରେ ସହଯୋଗ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ସାଂଗଠନିକ ସମସ୍ୟା ଓ ଶୃଙ୍ଖଳା ସଂପର୍କରେ ଆଲୋଚନାପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସଭାପତି ଶ୍ରୀମିଶ୍ର ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟ ସହିତ କାର୍ଯ୍ୟକ୍ଷେତ୍ରରେ ପରସ୍ପର ସୂଚନା ଆଦାନ ପ୍ରଦାନ ଓ ସମସ୍ତ ସରକାରୀ ସଭା ସମିତିଗୁଡିକରେ ସଦସ୍ୟମାନେ ସକ୍ରିୟ ଭାବରେ ସାମିଲ ହେଲେ ନିଜ ସହିତ ସଂଘର ଗୁରୁତ୍ୱ ବୃଦ୍ଧି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବୈଠକରେ ସଂପାଦକ ରବିନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସହ ସଂପାଦକ ଅଲେଖିକା ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପୁରୋହିତ, ପ୍ରମୋଦ କୁମାର ବାଘ, ଅଜିତ କୁମାର ବାରିକ, ପ୍ରିୟବ୍ରତ ସାହୁ, କୃଷ୍ଣଗୋପାଳ ମେହେର,ସଜ୍ଜନ ଅଗ୍ରୱାଲା, ଧବଳେଶ୍ୱର ମହାପାତ୍ର, ଶ୍ରୀକାନ୍ତ ସାହୁ ଓ ପ୍ରତାପ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories