www.samajalive.in
Wednesday, December 10, 2025
26.1 C
Bhubaneswar

ମାରଣାସ୍ତ୍ର ଚୋରା ଚାଲାଣରେ ସମ୍ପୃକ୍ତ ୪ ବଙ୍ଗୀୟ ଯୁବକ ଗୋପାଳପୁରରୁ ଗିରଫ

ଗୋପାଳପୁର : ଗୋପାଳପୁରର ଏକ ତାରକା ହୋଟେଲରେ ପର୍ଯ୍ୟଟକ ଭାବେ ରହୁଥିବା ୩ ବଙ୍ଗୀୟ ଯୁବକଙ୍କ ସମେତ ଜଣେ ଡ୍ରାଇଭରକୁ ମାରଣାସ୍ତ୍ର ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରି ପୁଲିସ କଲକାତା ନେଇଥିବା ଜଣାପଡିଛି। ଗିରଫ ଯୁବକମାନେ ହେଲେ କଲକାତାର ସୁବିର ବୋଷ, ଡ୍ରାଇଭର ଅନୁଜ ମଣ୍ଡଳ,ରାଜୁ ଧମକର ଓ ଶୁକଦେବ ଦାସ ବୋଲି ପୁଲିସ ସୂଚନା ଦେଇଛି। ଏହି ଅଭିଯୁକ୍ତ ମାନଙ୍କ ନାମରେ କଲକାତା ସ୍ଥିତ ଗିରିଶ ପାର୍କ ପୁଲିସ ଥାନାରେ ମାରଣାସ୍ତ୍ର ଚାଲାଣ ନେଇ ମାମଲା ରୁଜୁ ହୋଇଥିଲା। ଥାନାରେ ମାମଲା ପରଠାରୁ ଅଭିଯୁକ୍ତ ମାନେ ଫେରାର ରହିଥିବା ବେଳେ ସେମାନଙ୍କ ମୋବାଇଲ ଫୋନ ଟ୍ରାକ କରି ଗୋପାଳପୁରରେ ରହୁଥିବା ଜାଣି ଏକ ୫ ଜଣିଆ କଲକାତା ପୁଲିସ ଟିମ୍ ରବିବାର ଗୋପାଳପୁରରେ ପହଞ୍ଚି ଗୋପାଳପୁର ପୁଲିସ ସହାୟତାରେ ବେଳାଭୂମି ସନ୍ନିକଟରେ ଥିବା ଏକ ହୋଟେଲରେ ଚଢାଉ କରି ଦୁଇଟି ରୁମରେ ରହୁଥିବା ୩ ଅଭିଯୁକ୍ତ ସମେତ ଡ୍ରାଇଭର ଏବଂ ସେମାନେ ବ୍ୟବହାର କରୁଥିବା ଏକ କାର‌କୁ ଜବତ କରିଥିଲେ । ସନ୍ଧ୍ୟାରେ ଗୋପାଳପୁର ପୁଲିସ ପକ୍ଷରୁ ବ୍ରହ୍ମପୁର କୋର୍ଟରେ ଅଭିଯୁକ୍ତ ମାନଙ୍କୁ ହାଜର କରାଇବା ପରେ କୋଲକତା ପୁଲିସ ଜିମା ଦେଇଥିବା ଗୋପାଳପୁର ଥାନା ଏସଆଇ ସୋଫିଆ ମିଶ୍ର ସୂଚନା ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories