www.samajalive.in
Saturday, December 13, 2025
21.1 C
Bhubaneswar

ଦିବ୍ୟାଙ୍ଗ ପ୍ରହଲ୍ଲାଦ ରଣା ଜିତିଲେ ଭଏସ ଅଫ ବୌଦ୍ଧ ଟ୍ରଫି

ବୌଦ୍ଧ : ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଚାଲିଥିବା ଭଏସ ଅଫ୍ ବୌଦ୍ଧ ପ୍ରତିଯୋଗୀତାରେ ଦିବ୍ୟାଙ୍ଗ ପ୍ରହଲ୍ଲାଦ ରଣା ପ୍ରଥମ ସ୍ଥାନ ଅଧିକାର କରି ଭଏସ ଅଫ୍ ବୌଦ୍ଧ ଟ୍ରଫିର ବିଜେତା ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ସ୍ମୃତି ପଟ୍ଟାନାୟକ ଓ ତୃତୀୟ ସ୍ଥାନ ସାରଦା ପ୍ରସନ୍ନ ବୋଷ ଅଧିକାର କରିଛିନ୍ତ । ଫାଇନାଲରେ ୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ କଡା ପ୍ରତିଯୋଗିତା ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ତିନଜଣ ଦିବ୍ୟାଙ୍ଗ ରହିଥିଲେ। ଶେଷରେ ଦିବ୍ୟାଙ୍ଗ ପ୍ରହଲ୍ଲାଦ ରଣା ଏହି ସମ୍ମାନଜନକ ଟ୍ରଫି ହାସଲ କରିଥିଲେ। ଜିଲ୍ଲାର କୋଣ ଅନୁକୋଣରୁ ଲୁକାୟିତ ଥିବା ପ୍ରତିଭାମାନଙ୍କୁ ଅନ୍ୱେଷଣ କରିବା ପାଇଁ ପ୍ରଥମଥର ପାଇଁ ଭଏସ ଅଫ୍ ବୌଦ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ, ବ୍ଳକ ମିଶନ ଶକ୍ତି ପ୍ରୋଜେକ୍ଟ କୋଅଡିନେଟର ସସ୍ମିତା ବାଦୀ, ବାଲ୍ୟବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ, ସ୍ଥପତି ସୁମନ ଷଡଙ୍ଗୀ, ଜିଲ୍ଲା ବାଜାମାଲିକ ସଂଘର ସଭାପତି ଶୁଶିଲ ମେହେର ପ୍ରମୁଖ ଯୋଗଦେଇଥିଲେ। ସଂଘର ସଭାପତି ବିଶ୍ୱଜିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ବୌଦ୍ଧର ଲୁକାୟିତ ପ୍ରତିଭାମାନଙ୍କୁ ଆଗକୁ ଆଣିବା ପାଇଁ ଏହା ଏକ ବଡ ପ୍ରୟାସ ବୋଲି କହିବା ସହ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ। ଅତ୍ୟତମ ଅତିଥିଭାବେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ ଯୋଗଦେଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯାଗିତାରେ ଜିଲ୍ଲାର ତିନି ବ୍ଳକରୁ ୬୯ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ତଥା ପଶ୍ଚିମ ଓଡିଶାର କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ, ହିନ୍ଦୁସ୍ତାନୀ ଭୋକାଲିଷ୍ଟ କାବେରୀ ପ୍ରିୟଦର୍ଶନୀ ଓ ଆକାଶବାଣୀର ସଙ୍ଗୀତ ନିର୍ଦେଶକ ତଥା ବରିଷ୍ଠ କଣ୍ଠଶିଳ୍ପୀ  ପଦ୍ମଲୋଚନ ଦାସ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗିମାନଙ୍କୁ ସମ୍ମାନୀତ କରିବା ସହ ସଂଘର ବରିଷ୍ଠ କଳାକାର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସମ୍ପାଦକ ତ୍ରିଶୁଳ ଭଂଜ ବିବରଣୀ ପାଠ କରିଥିଲେ। ପ୍ରମୋଦ ପ୍ରଧାନ ମଂଚ ପରିଚାଳନା କରିଥିଲେ ଓ ସୀତାକାନ୍ତ ସିଂହ ସକ୍ରିୟ ସହଯୋଗ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories