www.samajalive.in
Friday, December 12, 2025
23.1 C
Bhubaneswar

ମୋଦୀ କଲେ ଶୋଭାଯାତ୍ରା ; ସ୍କୁଟରରେ ବୁଲିଲେ ରାହୁଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନ ଥିବାରୁ ରବିବାର କଂଗ୍ରେସ, ବିଜେପି ଓ ଅନ୍ୟାନ୍ୟ ରାଜନୈତିକ ଦଳଗୁଡିକ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ନିର୍ବାଚନ ପ୍ରଚାର ନିମନ୍ତେ ବେଙ୍ଗାଲୁରୁ ନିୟୁ ଥିପ୍ପାସାଣ୍ଡ୍ରା ରୋଡର କେମ୍ପେଗୌଡାଙ୍କ ପ୍ରତିମୂର୍ତ୍ତି ନିକଟରୁ ଟ୍ରିନିଟ ସର୍କଲ ପର୍ଯ୍ୟନ୍ତ ସଡକ ଶୋଭାଯାତ୍ରା (ରୋଡ ଶୋ’) କରିଛନ୍ତି। ପ୍ରାୟ ୮କିମି ଦୀର୍ଘ ଏହି ରୋଡ ଶୋ’ ଦେଢ ଘଣ୍ଟା ଧରି ଚାଲିଥିଲା। ମୋଦୀଙ୍କ ସହିତ ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଦଳୀୟ ସାଂସଦ ପିସି ମୋହନ ସାମିଲ ହୋଇଥିଲେ। ଶୋଭାଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଦଳୀୟ କର୍ମୀ, ନେତା ଓ ସାଧାରଣ ଜନତା ଉପସ୍ଥିତ ରହି ମୋଦୀ,ମୋଦୀ ଓ ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲେ। ଏହା ସହିତ ମୋଦୀଙ୍କ ଉପରକୁ ଲୋକେ ଫୁଲ ପକାଇଥିଲେ। ମୋଦୀ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଶନିବାର ମଧ୍ୟ ମୋଦୀ ବେଙ୍ଗାଲୁରୁରେ ୨୬ କିମି ରୋଡ ଶୋ’ କରିଥିଲେ। ଯାହା ପ୍ରାୟ ୬ଟି ନିର୍ବାଚନମଣ୍ଡଳୀ ଦେଇ ଅତିକ୍ରମ କରିଥିଲା। ରବିବାର ମୋଦୀ ବିଭିନ୍ନ ସ୍ଥାନରେ ଜନସଭା କରି ବିଜେପି ପାଇଁ ଭୋଟ ଭିକ୍ଷା କରିଥିଲେ।
କଂଗ୍ରେସ ମଧ୍ୟ ଏହାର ନିର୍ବାଚନ ପ୍ରଚାର ଜୋରଦାର କରିଛି। ଦଳୀୟ ନେତା ରାହୁଲ ଗାନ୍ଧୀ ବେଙ୍ଗାଲୁରୁରେ ସ୍ବିଗି, ଜମାତୋ, ବ୍ଲିନକିଟ୍ ଓ ଡୁଞ୍ଜୋ ଭଳି ବିଭିନ୍ନ ଖାଦ୍ୟ ଡେଲିଭରି ବାଳକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ରାହୁଲ ଏହି ଅବସରରେ ଜଣେ ଡେଲିଭରି ବାଳକର ସ୍କୁଟର ପଛରେ ବସି ବୁଲିଥିଲେ। ରାହୁଲଙ୍କ ଏହି ସ୍କୁଟର ଯାତ୍ରା ସାମାଜିକ ଗଣମାଧ୍ୟମରେ ବେଶ ପ୍ରସାରିତ ହୋଇଛି। ସମାଜର ନିମ୍ନ ଓ ସାଧାରଣ ବର୍ଗର ଲୋକଙ୍କ ସହିତ ରାହୁଲ ନିଜକୁ ଯୋଡିବାକୁ ପ୍ରୟାସ ଚଳାଇଥିବାର ବାର୍ତ୍ତା ପ୍ରଚାରିତ ହୋଇଛି। ରାହୁଲ କହିଛନ୍ତି ଯେ ନିଯୁକ୍ତି ଅଭାବରୁ ଶିକ୍ଷିତ ଯୁବକମାନେ ଡେଲିଭରି ବାଳକର କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଆଉ ଦେଶରେ ଦରଦାମ ବୃଦ୍ଧି ଯୋଗୁଁ ଏପରି ବୃତ୍ତିଧାରୀମାନେ କଷ୍ଟକର ଜୀବନ ବିତାଉଛନ୍ତି। ବେଙ୍ଗାଲୁରୁ ସହରରେ ୨ଲକ୍ଷରୁ ଅଧିକ ଲୋକ ଏହି କାର୍ଯ୍ୟ କରୁଥିବା ଆକଳନ କରାଯାଇଛି। କଂଗ୍ରେସ ଏହାର ନିର୍ବାଚନ ଇସ୍ତାହାରରେ ଏହି ଡେଲିଭରି ବାଳକଙ୍କ ନିମନ୍ତେ ସ୍ବତନ୍ତ୍ର ସୁବିଧା କରିବାକୁ ପ୍ରତିଶ୍ରୁତି ଦେଇଛି। ଯେପରିକି ଡେଲିଭରି ବାଳକ (ଗିଗ୍‌ ୱାକର୍ସ) ୱେଲଫେୟାର ବୋର୍ଡ ଗଠନ ସହିତ ଏଥିପାଇଁ ୩୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଏହା ସହିତ ଗିଗ ୱାକର୍ସଙ୍କ ପାଇଁ ସର୍ବନିମ୍ନ ମଜୁରି (ଏକ ଘଣ୍ଟା କାମ ପାଇଁ) ଧାର୍ଯ୍ୟ କରାଯିବ ବୋଲି କହିଛି। ରାହୁଲଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ଦଳୀୟ ପ୍ରଚାର ପୂର୍ବକ ବିଭିନ୍ନ ସ୍ଥାନରେ ଜନସଭା କରିଛନ୍ତି। କର୍ଣ୍ଣାଟକ ମୁଡବିଡ୍ରିରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ପ୍ରିୟଙ୍କା କହିଛନ୍ତି ଯେ ବେରୋଜଗାରୀକୁ ନେଇ କର୍ଣ୍ଣାଟକରେ ଆଗାମୀ ଦିନରେ ହିଂସା ହେବାକୁ ଯାଉଛି। ଆଉ ଏପରି ହିଂସା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦାୟୀ ରହିବେ। ବେରାଜଗାରୀ, ଦୁର୍ନୀତି, ଦରଦାମ ବୃଦ୍ଧି ହେଉଛି କର୍ଣ୍ଣାଟକର ବାସ୍ତବ ଆତଙ୍କବାଦୀ। ରାଜ୍ୟର ବିଜେପି ସରକାର ଏହି ଆତଙ୍କବାଦକୁ ଦମନ କରିବାରେ ବିଫଳ ହୋଇଥିବା ପ୍ରିୟଙ୍କା କହିଛନ୍ତି। ମେ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ହେବ। ମେ ୧୩ରେ ଭୋଟ ଗଣତି ହେବ।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories