www.samajalive.in
Sunday, December 7, 2025
18.1 C
Bhubaneswar

ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ ଗଡ଼ିବା ନେଇ ମୁଖ୍ୟ ମହାରଣାଙ୍କ ଆଶଙ୍କା

କେନ୍ଦୁଝରଗଡ଼: କେନ୍ଦୁଝରର ରାଷ୍ଟ୍ରଦେବ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ପାଇଁ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’ର ନିର୍ମାଣ କାର୍ଯ୍ୟ ଅକ୍ଷୟତୃତୀୟା ତିଥିରୁ ଆରମ୍ଭ ହୋଇଛି। ଦୀର୍ଘ ୪ବର୍ଷ ପରେ ଚଳିତଥର ରଥକୁ ସମ୍ପୂର୍ଣ୍ଣ ଖୋଲାଯାଇ ନିର୍ମାଣ କାର୍ଯ୍ୟ ଜାରି ରହିଛି। ୭୨ଫୁଟ ଉଚ୍ଚ ଓ ୪୫ ଫୁଟ ପ୍ରସ୍ଥ ଏବଂ ୧୬ ଚକ ବିଶିଷ୍ଟ କେନ୍ଦୁଝରର ଆରାଧ୍ୟଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥ ‘ନନ୍ଦିଘୋଷ’କୁ ବିଶ୍ୱର ସର୍ବୋଚ୍ଚ ରଥ ଭାବେ ଗ୍ଲୋବାଲ ରେକର୍ଡସ୍‌, ଏସିଆ ପାସିଫିକ୍‌‌ ରେକର୍ଡସ୍‌‌, ଇଣ୍ଡିଆଜ୍‌ ନ୍ୟାସନାଲ ରେକର୍ଡସ୍‌‌, ବ୍ରିଟେନର ୱାଣ୍ଡର ବୁକ୍‌‌ ଅଫ୍‌‌ ରେକର୍ଡ଼୍ସ, ଇଣ୍ଟରନ୍ୟାସନାଲ ଓ ଲିମକା ବୁକ୍‌‌ ଅଫ୍‌‌ ରେକର୍ଡସ୍‌‌ ସମେତ ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାଲ୍ଡ ରେକର୍ଡରେ ସ୍ଥାନ ପାଇସାରିଛି। ଏହି ରଥରେ ମୋଟ ୮ଟି ଅଖ ଓ ୧୬ଟି ଚକ ମଧ୍ୟରୁ ୭ଟି ନୂତନ ଅଖ ଓ ୮ଟି ନୂତନ ଚକ ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ କରାଯିବା ସହ ରଥ ନିର୍ମାଣ ପାଇଁ ୨୦୦ରୁ ଊର୍ଦ୍ଧ୍ବ ନୂତନ ପଟାର ଆବଶ୍ୟକତା ଦେଖାଦେଇଥିବା ମୁଖ୍ୟ ମହାରଣା ନିଳମଣୀ ମହାରଣା କହିଛନ୍ତି।

ରଥ ନିର୍ମାଣ ପାଇଁ ମୁଖ୍ୟ ମହାରଣା ସମେତ ମୋଟ ୧୫ଜଣ କାରିଗର ଓ ୨୦ଜଣ ସହଯୋଗୀ ନିରବଛିନ୍ନ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଆବଶ୍ୟକ କାଠ ଯୋଗାଣରେ ବିଳମ୍ବ ଯୋଗୁ ଧାର୍ଯ୍ୟ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବାନେଇ ଆଶଙ୍କା ଦେଖାଦେଇଛି। ୭ଟି ଅଖ ମଧ୍ୟରୁ ୩ଟି ନୂତନ ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆବଶ୍ୟକ କାଠ ଅଭାବରୁ ୪ଟି ଅଖ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଜୁନ ୨୦ ତାରିଖ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭର ୪ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ହସ୍ତାନ୍ତର କରିବାକୁ ଥିବା ଦୃଷ୍ଟିରୁ ଆସନ୍ତା ଦିଇ ତିନିଦିନ ମଧ୍ୟରେ ଅଖ ନିର୍ମାଣ ପାଇଁ ଆବଶ୍ୟକ କାଠ ଯୋଗାଇ ଦିଆନଗଲେ ଧାର୍ଯ୍ୟ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବାନେଇ ମୁଖ୍ୟ କାରିଗର ନିଳମଣୀ ମହାରଣା ଆଶଙ୍କା ବ୍ୟକ୍ତ କରିଛନ୍ତି। ସେହିଭଳି ୮ଟି ନୂତନ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ଅବଶିଷ୍ଟ ୮ଟି ଚକ ମରାମତି କାର୍ଯ୍ୟ ଜାରି ରହିଛି। ତେବେ ରଥ ନିର୍ମାଣ ପାଇଁ ଆବଶ୍ୟକ ୨୦୦ରୁ ଊର୍ଦ୍ଧ୍ବ ପଟା ନିମନ୍ତେ କାଠ ଯୋଗାଇ ଦିଆଯାଇଛି। ଉକ୍ତ କାଠକୁ ପ୍ରତିବର୍ଷ ଢ଼େଙ୍କାନାଳସ୍ଥିତ ସ’ମିଲରେ କଟାଯାଇ ପଟା ଯୋଗାଇ ଦିଆଯାଇ ଆସୁଥିବା ବେଳେ ଚଳିତବର୍ଷ ସ’ମିଲରେ କାଠ କଟାନଯାଇ ରଥଖଳାରେ କରତ ଯୋଗେ କଟା ଯାଉଥିବାରୁ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବାନେଇ ମୁଖ୍ୟ କାରିଗର ନିଳମଣୀ ଆଶଙ୍କା ପ୍ରକଟ କରିଛନ୍ତି। ଏ ଦିଗରେ ଦେବୋତ୍ତର ବିଭାଗ ଯଥୋଚିତ ପଦକ୍ଷେପ ଗ୍ରହଣ କରି ଅଖ ପାଇଁ ଆବଶ୍ୟକ କାଠ ଆଗାମୀ ଦୁଇ ତିନିଦିନ ମଧ୍ୟରେ ଯୋଗାଣ ସହ ସ’ମିଲରେ କାଠ ଚିରାଯାଇ ଆବଶ୍ୟକ ପଟା ଯୋଗାଇ ଦିଆଗଲେ ଧାର୍ଯ୍ୟ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସୁରୁଖୁରୁରେ ରଥ ଗଡ଼ିବା ସହ ଶୃଙ୍ଖଳିତ ରଥଯାତ୍ରା ସମ୍ପନ୍ନ ହୋଇପାରିବ ବୋଲି ମୁଖ୍ୟ ମହାରଣା ନିଳମଣୀ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories