www.samajalive.in
Thursday, December 11, 2025
23.1 C
Bhubaneswar

ରାହୁଲଙ୍କୁ ଦଣ୍ଡିତ କରିଥିବା ବିଚାରପତିଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଦୁଇ ବର୍ଷ କାରାଦଣ୍ଡାଦେଶ ଦେଇଥିବା ଗୁଜରାଟର ସୁରତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ହରିଶ ହସମୁଖ ଭାଇ ବର୍ମାଙ୍କୁ ପଦୋନ୍ନତି ନେଇ ବିବାଦ ଦେଖାଦେଇଛି। ବର୍ମାଙ୍କ ସମେତ ୬୮ ବିଚାର ବିଭାଗୀୟ ଅଧିକାରୀଙ୍କ ପଦୋନ୍ନତି ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି। ଗୁଜରାଟ ସିନିୟର ସିଭିଲ ଜଜ୍‌ ପାହ୍ୟାର ଅଧିକାରୀ ରବି କୁମାର ମେହତା ଓ ସଚିନ ପ୍ରଜାପତି ମେହତା ଦାୟର କରିଥିବା ମାମଲାରେ ପଦୋନ୍ନତି ନିର୍ଦେଶକୁ ରଦ୍ଦ କରିବା ସହ ଯୋଗ୍ୟତା ତଥା ଦକ୍ଷତା ଓ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ପାଇଁ ଦାବି କରିଛନ୍ତି। ଉଭୟ ସମ୍ପ୍ରତି ରାଜ୍ୟ ଆଇନ ବିଭାଗରେ ଯଥାକ୍ରମେ ଅନୁଶାସନ ସଚିବ ଓ ଉପନିର୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଏମ୍‌ଆର ସାହା ଓ ବିଚାରପତି ସିଟି ରବିକୁମାର ମେ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

ଆବେଦନକାରୀ ଦ୍ବୟ ମାର୍ଚ୍ଚ ୨୮ରେ କରିଥିବା ଆବଦେନରେ ଦର୍ଶାଇଛନ୍ତି ଯେ ପଦୋନ୍ନତି ପାଇଁ ହୋଇଥିବା ଲିଖିତ ପରୀକ୍ଷାରେ ଦୁର୍ନୀତି ହୋଇଛି। ଏଥିରେ ଅଧିକ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ପଦୋନ୍ନତିରୁ ବଞ୍ଚିତ କରାଯାଇଥିବା ବେଳେ କମ୍‌ ନମ୍ବର ରଖିଥିବା ଏବଂ ଅକୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପଦୋନ୍ନତି ପାଇଛନ୍ତି। ଅକୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଗତ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଦେଇଥିବା ବର୍ମାଙ୍କ ନାମ ରହିଛି। ତାଙ୍କୁ ପଦୋନ୍ନତି ସହ ରାଜକୋଟ ଜିଲା ନ୍ୟାୟାଳୟରେ ଅତିରିକ୍ତ ଜିଲା ଜଜ୍‌ ଭାବେ ନିଯୁକ୍ତ କରାଯାଇଛି। ବର୍ମା ପରୀକ୍ଷାରେ ମୋଟ ୨୦୦ରୁ ୧୨୭ ନମ୍ବର ରଖି ଅକୃତକାର୍ଯ୍ୟ ହୋଇଥିଲେ ମଧ୍ୟ ୬୫ପ୍ରତିଶତ ସଂରକ୍ଷଣ ଆଇନାନୁସାରେ ତାଙ୍କୁ ଅତିରିକ୍ତ ସିଭିଲ ଜଜ୍‌ ପାହ୍ୟାରୁ ଜିଲା ଜଜ୍‌ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ଜଣାପଡ଼ିଛି।

- Advertisement -

ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୮ରେ ଗୁଜରାଟ ହାଇକୋର୍ଟ ଏହି ପଦୋନ୍ନତି ଓ ବଦଳି ବିଜ୍ଞପ୍ତି ଜାରି କରିଥିଲେ। ମାମଲା ବିଚାରାଧୀନ ଥିବାବେଳେ ବିଜ୍ଞପ୍ତି ଜାରି କରାଯାଇଥିବାରୁ ଏପ୍ରିଲ ୨୮ରେ ସୁପ୍ରିମକୋର୍ଟ ହାଇକୋର୍ଟ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପୁନଶ୍ଚ ରାଜ୍ୟ ସରକାର ନ୍ୟାୟାଳୟ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଦର୍ଶାଇ ମୁଖ୍ୟ ସଚିବଙ୍କଠୁ ଜବାବ ତଲବ କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ବର୍ମା ୨୦୨୨ ଡିସେମ୍ବର ୨୯ରେ ମଧ୍ୟ ଏକ ପଦୋନ୍ନତି ପାଇଥିଲେ। ସେତେବେଳେ ମଧ୍ୟ ତାଙ୍କ ପଦୋନ୍ନତି ନେଇ ରାଜ୍ୟ ବିଚାର ବିଭାଗରେ ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଏତେ ଜଲ୍‌ଦି ପୁନର୍ବାର ତାଙ୍କୁ ପଦୋନ୍ନତି ଦିଆଯିବା ନେଇ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଯେ ବଦୋଦରା ନିବାସୀ ୪୩ ବର୍ଷୀୟ ବର୍ମା ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ପରେ ହିଁ ବିଚାର ବିଭାଗୀୟ ଅଧିକାରୀ ଭାବେ ଯୋଗ ଦେଇଥିଲେ। ତାଙ୍କ ବାପା ଜଣେ ଆଇନଜୀବୀ ଥିଲେ; ତେବେ ନିଯୁକ୍ତି ଓ ପଦୋନ୍ନତି କ୍ଷିପ୍ର ଗତିରେ ହେଉଥିବାରୁ ସ୍ବାଭାବିକ ଭା​‌େ​‌ବ ସେ ବିବାଦ ଘେରକୁ ଆସିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories