www.samajalive.in
Monday, December 15, 2025
14.1 C
Bhubaneswar

ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

ହରଭଙ୍ଗା :  ପବିତ୍ର ନୃସିଂହ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର ଚାରିଛକ ସ୍ଥିତ ଶ୍ରୀ ପୁରୁଷୋତ୍ତମ ଦିବ୍ୟଧାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ପଣ୍ଡିତ ଜିତେନ୍ଦ୍ର ନାଥ ଦାଶଙ୍କ ଦ୍ୱାରା  ପାରମ୍ପରିକ ପୂଜାର୍ଚ୍ଚନା ପରେ ମନ୍ଦିର ନିର୍ମାଣ ସ୍ଥପତି ଗୋଲକ ମହାରଣା ଓ ଜିତେନ୍ଦ୍ର ମହାରଣା ହରିବୋଲ ହୁଳହୁଳି ଘଣ୍ଟ, ଘଣ୍ଟା, ଶଙ୍ଖ ଧ୍ବନି ସହିତ ନାମ ସଙ୍କୀର୍ତ୍ତନ ମଧ୍ୟରେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ। ଏହି କାଯ୍ୟକ୍ରମରେ ମୁଖ୍ୟତଃ ବାଣୀଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ବାଣୀଭୂଷଣପୁର କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା ବାବୁ, ମନ୍ଦିର କମିଟି ସମ୍ପାଦକ ବାମଦେବ ଦାଶ, ଚାରିଛକ ବଣିକ ସଂଘ ସଭାପତି ତଥା ରଥ ମହୋତ୍ସବ କମିଟି ଉପସଭାପତି  ଦିଲିପ ସାହୁ, ମନ୍ଦିର କମିଟିର ସକ୍ରିୟ ସଭ୍ୟ ଅର୍ଜୁନ କଁହର, ଗଣେଷ ପୂଜା କମିଟି ସଭାପତି ସିକନ ନାୟକ, ମେଦିନିସ୍ବର ମଲ୍ଲିକ,ବୃନ୍ଦାବନ ପ୍ରଧାନ, ସୁଶାନ୍ତ କୁମାର କହଁର,ସୁରେଶ ବେହେରା  ବେହେରା, ବେଦବର ପ୍ରଧାନ, ସନ୍ତୋଷ କୁମାର ନାଗ, ବଲରାମ ମଲ୍ଲିକ, ସୁବଳ  ମଲ୍ଲିକ, ହରେକୃଷ ରାହୁଳ, ଜିତେନ୍ଦ୍ର କୁମାର ବେହେରା  ଓ ସ୍ଥାନୀୟ ଭକ୍ତମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ଅନ୍ୟପଟେ ଏହି ମନ୍ଦିର ସମ୍ପୁର୍ଣ୍ଣ ଭାବେ ସ୍ଥାନୀୟ ତେଇସିପଲୀ ଅଞ୍ଚଳର ଗ୍ରାମବାସୀ ଓ  ଜନପ୍ରତିନିଧିମାନଙ୍କର ସାହାଯ୍ୟ ସହଯୋଗରେସମାପନ କରିବାକୁ ସଂକଳ୍ପ ନିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories